ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଡାକ୍ତର ଓ ନର୍ସଙ୍କୁ କରୋନା ଯୋଦ୍ଧାରୂପେ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଆଚାର୍ଯ୍ୟବିହାର ଏବଂ ପୋଲିସ୍ ବ୍ୟାରେକ୍ରେ ଥିବା ହସ୍ପିଟାଲ୍ରେ ଡାକ୍ତର ଓ ନର୍ସଙ୍କୁ କରୋନା ଯୋଦ୍ଧାରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଟ୍ରଷ୍ଟର ଉପଦେଷ୍ଟା ଶ୍ରୀ ନବକିଶୋର ବେହେରା, ସମ୍ପାଦକ ବିବେକାନନ୍ଦ ବାରିକ, ସଭାପତି ଜିତେନ୍ଦ୍ର କୁମାର ଜେନା, ଶିଶିର କୁମାର ମହାପାତ୍ର, ବିକାଶ ଚନ୍ଦ୍ର ପଟ୍ଟନାୟକ, ଗୋଲକ ନାୟକ ଉତ୍ତରୀୟ ଦେଇ ଡାକ୍ତର ଓ ନର୍ସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଡା. ମମତା ନାୟକ, ଡା. ଜେ. ଶୁଭେନ୍ଦୁ ମହାନ୍ତି, ଡା. ଚିତ୍ତରଞ୍ଜନ ରାଉତ, ଶ୍ରୀଧର ବେହେରା, ପ୍ରମିଳା ସିଂ, ନିହାର ରଞ୍ଜନ ମହାପାତ୍ର, ସୌଦାମିନୀ ସାହୁ, ଅଶ୍ୱିନୀ ପାଟ୍ଟଶାଣୀ, ପ୍ରତିମା ଦେଈ, ମମତା କାନୁନଗୋଙ୍କୁ ସମ୍ମାନିତ କରାଯାଇଛି । ଟ୍ରଷ୍ଟ କର୍ମକର୍ତ୍ତା ଭାବେ ଅମଳେଶ ଦାସ, ଦେବାଶିଷ ଚାଟ୍ଟାର୍ଜୀ, ମୁନା ମହାପାତ୍ର, ତ୍ରିନାଥ ମହାରଣା, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ଏବଂ ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଦୀର୍ଘ ଅଢ଼େଇ ମାସ ଧରି ବିଭିନ୍ନ କ୍ଷେତ୍ରରେ ସାମାଜିକ କାର୍ଯ୍ୟରେ ଯୋଗ ଦେଇଛନ୍ତି ।


