ବ୍ରହ୍ମପୁରରେ ଯୁବକଙ୍କୁ ଏସିଡ଼୍ ମାଡ଼
ବ୍ରହ୍ମପୁର, (ଓ୍ୱାଇଏନ୍ଏସ୍): ବ୍ରହ୍ମପୁର ମେଡ଼ିକାଲ୍ କ୍ୟାମ୍ପସ୍ରେ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ଏସିଡ଼୍ ମାଡ଼ କରିବାରୁ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାଘଟଣାରୁ ଜଣାପଡିଛି ଯେ, ଗତକାଲି ରାତି ପ୍ରାୟ ୮ ଟା ବେଳେ ମେଡ଼ିକାଲ୍ କ୍ୟାମ୍ପସ୍ ହାଇସ୍କୁଲ ନିକଟରେ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଏବଂ ଏଥିରେ ଲିଙ୍ଗରାଜ ସାହାଣୀଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଏସିଡ଼୍ ମାଡ଼ କରିବା ଫଳରେ ଲିଙ୍ଗରାଜ ଗୁରୁତର ଆହାତ ହୋଇଥିବା ଏବଂ ସେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏନେଇ ପୋଲିସ ତଦନ୍ତରେ ଜଣେ ମହିଳାଙ୍କୁ ଦୁଇ ପୁରୁଷ ବନ୍ଧୁଙ୍କ ସମ୍ପର୍କକୁ ନେଇ ଉକ୍ତ ବିବାଦ ଘଟିଥିବା ଜଣାପଡ଼ିଛି ବୋଲି ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ଆଜି ପୋଲିସ ଏସିଡ଼୍ ମାଡ଼ ଅଭିଯୁକ୍ତ ଗୋସାଇଁନୂଆଗାଁର ବିଶ୍ୱଜିତ ନନ୍ଦ(୫୨)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ ।


