କରୋନା ଯୋଦ୍ଧାଙ୍କୁ ତହସିଲଦାରଙ୍କ ଦ୍ୱାରା ସମ୍ମାନିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ କରୋନା ମୁକାବିଲା ରେ ସାମିଲ୍ ହୋଇଥିବା ବିଭିନ୍ନ ବିଭାଗ ର କର୍ମଚାରୀ ଏବଂ ସମାଜସେବୀ ଙ୍କୁ ସାର୍ଟିଫିକେଟ ମାଧ୍ୟମରେ ସମ୍ମାନୀତ କରିଛନ୍ତି।ପ୍ରଥମ ଦିନ ରେ ୧୮ ଜଣ ଶିକ୍ଷକ ଙ୍କୁ ସାର୍ଟିଫିକେଟ ମାଧ୍ୟମରେ ସମ୍ମାନୀତ କରିଥିବା ବେଳେ ଖଜୁରୀପଡ଼ା ରେ ପୋଲିସ, ତହସିଲ, ମେଡିକାଲ, ବ୍ଲକ କର୍ମଚାରୀ ଏବଂ ସାଧାରଣ ଗରୀବ ଲୋକଙ୍କୁ ବ୍ୟକ୍ତିଗତ ଖର୍ଚ୍ଚ ରେ ୧୦୦୦ ରୁ ଅଧିକ ମାସ୍କ ବଣ୍ଟନ କରି କରୋନା ମୁକାବିଲା ରେ ସହଯୋଗ ପାଇଁ ସୁରା ଦେଇ ଗ୍ରାମ ର ଯୁବକ ସର୍ବେଶ୍ୱର ଗଣ୍ଡା ଙ୍କୁ ମଧ୍ଯ ସମ୍ମାନୀତ କରିଛନ୍ତି । ଆଗକୁ ମଧ୍ଯ କରୋନା ମୁକାବିଲା ରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବିଭିନ୍ନ ବିଭାଗ କର୍ମଚାରୀ ଏବଂ ସମାଜସେବୀ ପ୍ରମୁଖ ଙ୍କୁ ସମ୍ମାନୀତ କରାଯିବ ବୋଲି ତହସିଲଦାର ଶ୍ରୀମତୀ ନାୟକ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । କରୋନା ପ୍ରାରମ୍ଭ ରୁ ତହସିଲଦାର ଶ୍ରୀମତୀ ନାୟକ ଙ୍କ ସମସ୍ତ ପଦକ୍ଷେପ କୁ ସ୍ଥାନୀୟ ଅଞ୍ଚଳ ରେ ଜନସାଧାରଣଙ୍କ ପ୍ରୀୟଭାଜନ ହୋଇଥିବା ବେଳେ ବିଭିନ୍ନ ବିଭାଗ କର୍ମଚାରୀ ଙ୍କୁ ସମ୍ମାନୀତ କରିବା ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ ପ୍ରୟାସ କରିଥିବା ନେଇ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଅନେକ ଶିକ୍ଷକ ଏବଂ ବୁଦ୍ଧିଜୀବୀ ଏଭଳି ପ୍ରୟାସ କୁ ସ୍ୱାଗତ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ