ଜୀବନବିନ୍ଦୁ ରକ୍ତଦାନ ଶିବିରରେ ୩୨ୟୁନିଟ ରକ୍ତ ସଂଗୃହିତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କୁତୁରଙ୍ଗ ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଜୀବନବିନ୍ଦୁ ସ୍ୱେଛାକୃତ ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ । କରୋନା ଲକଡାଉନ ଯୋଗୁଁ ରକ୍ତ ଭଣ୍ଡାରରେ ଆବଶ୍ୟକତା ଅନୁଯାଇ ରକ୍ତ ରହୁନଥିବାରୁ ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ରସ ରକ୍ତ ଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ର, ଉମାକାନ୍ତ ନାୟକ, ମନୋଜ ଦାସ ଓ ରାଜୀବ ଲେଙ୍କାଙ୍କ ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩୨ୟୁନିଟ ରକ୍ତ ସଂଗୃହିତ ହୋଇଛି । ଏହି ରକ୍ତଦାନ ଶିବିରରେ କୁତୁରଙ୍ଗ ସରପଂଚ ସୀତାସୁନ୍ଦରୀ ମଳିକ, ପଂଚାୟତ ସଭାପତି ଗୋଲଖ ଚନ୍ଦ୍ର ଜେନା, ପୂର୍ବତନ ସରପଂଚ ପଦ୍ମନାଭ ସାହୁ, ଯୁବନେତା ନରୋତ୍ତମ ମଳିକ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ,ସଂଯୋଜକ ରାଜେଶ ପଣ୍ଡା, ଯୁବନେତା ପ୍ରମୋଦ ପ୍ରଧାନ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଦୁଷ୍ମନ୍ତ ମଳିକ, ବିଜୁ ଯୁବ ବାହିନୀ ସଭାପତି ମନୋଜ କୁମାର ଜେନା, ପ୍ରିୟରଞ୍ଜନ ମହାନ୍ତି, ମନୋରଞ୍ଜନ ଜେନା, ଦେବ ପ୍ରସାଦ ମହାନ୍ତି, ଅଭିଜିତ ଥାଟୋଇ, ମହାପ୍ରସାଦ ମହାନ୍ତି, ଦିଲ୍ଲିପ କୁମାର ଦାସ, ଦେବଦତ୍ତ ଜେନା, ଜ୍ଞାନଲୋଚନ ବେହେରା, ମାୟାଧର ସାହୁ, କୈଳାସ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ପରିଡା, ନିରଞ୍ଜନ ବଳ, ଅଶୋକ କୁମାର ଜେନା, ବିଦ୍ୟାଧର ମଳିକ, ବଳରାମ ଜେନା, ନିଲୁ ଦାସ, ଶୁଭାସିନୀ ସାହୁ, ଶରତ ମହାନ୍ତି, ଜୀତେନ୍ଦ୍ର କୁମାର ମହାନ୍ତି, ଶିବ ପ୍ରସାଦ ଭଳ, ନିକିରାଇ ସରପଂଚ ସନତ କୁମାର ଜେନା, ଭରତପୁର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ, କାବୁଲି ଜେନା, ତ୍ରୈଲୋକ୍ୟ ମହାନ୍ତି, ଭାଗବତ ମଳିକ, ସମିତି ସଭ୍ୟ ସନ୍ତୋଷ ବେହେରା, ନାରାୟଣ ପତି, ଦୈତାରୀ ଜେନା, ଅସିତ ଧଳ, ଉଦୟ ମଳିକ, ଦେବେନ୍ଦ୍ର ସାହୁ, ଶରତ ମଳିକ, ଶରତ ସାମଲ, ଅଶୋକ ବରାଳ, ଜିତେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ