କ୍ବାରାଣ୍ଟାଇନରେ ଗଲା ଘୋଡ଼ା
ଶ୍ରୀନଗର: ସଂପ୍ରତି ସାରା ବିଶ୍ବକୁ ଘାରିଛି କରୋନା ଭୟ। ଏବେ ଦେଶରେ କରୋନାକୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଜମ୍ମୁ- କଶ୍ମୀର ପ୍ରଶାସନ ଏକ ଘୋଡ଼ାକୁ କରୋନା ପ୍ରଟୋକଲ ମୁତାବକ ୧୪ ଦିନିଆ କ୍ବାରାଣ୍ଟାଇନରେ ପଠାଇ ଦେଇଛନ୍ତି। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସଂପୃକ୍ତ ଘୋଡାଟି ରେଡ-ଜୋନ୍ ଅଞ୍ଚଳରୁ ଯାତ୍ରା କରି ଆସିଥିବାରୁ କାଳେ ସେ ମଧ୍ୟ କୋଭିଡ-୧୯ର ସମ୍ଭାବ୍ୟ ବାହକ ଥିବ, ସେହି ଆଶଙ୍କାରେ ଅଧିକାରୀମାନେ ଘୋଡ଼ାଟିକୁ ୧୪ ଦିନିଆ କ୍ବାରାଣ୍ଟାଇନରେ ପଠାଇଛନ୍ତି। ତେବେ କୌଣସି ଘୋଡ଼ାକୁ କ୍ବାରାଣ୍ଟାଇନରେ ପଠାଯିବା ଘଟଣା ସମଗ୍ର ଦେଶରେ ପ୍ରଥମ।


