୧୦୧ଜଣଙ୍କ କ୍ୱାରେଂନଟାଇନ ଅବଧି ସରିଲା ଘରକୁ ଛଡଗଲା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକକୁ ପ୍ରବାସୀମାନଙ୍କ ଦିନକୁ ଦିନ ନୂତନ ଭାବେ ବିଭିନ୍ନ ରାଜ୍ୟରୁ ଆସୁଥିବା ବେଳେ କ୍ୱାରେଂନଟାଇନ ଗୃହରେ ଶାନ୍ତି ଶୃଙ୍ଖଳା ଭାବେ କଟାଉଛନ୍ତି ପ୍ରବାସୀମାନେ । କିଛି ଜାଗାରେ ପାଣି, ଶୌଚାଳୟ, ବିଦ୍ୟୁତ ଏବଂ ଖାଇବା ବିଳମ୍ବରେ ମିଳୁଚି ତାହା ସତ୍ୱେ ମଧ୍ୟ ପ୍ରବାସୀମାନେ ଶାନ୍ତି ସୃଙ୍ଖଳାରେ ବିତାଉଛନ୍ତି । ମୋହନା ବ୍ଳକରେ ଆଗରୁ ୧୧୦ ଜଣଙ୍କୁ କ୍ୱାରେଂନଟାଇନ ଅବଦ୍ଧୀ ସରି ଯାଇଥିବା ଯୋଗୁଁ ଛଡା ଯାଇଥିଲା ଆଜି ୧୦୧ ଜଣଙ୍କ ଅବଦ୍ଧି ସରିଥିବା ଯୋଗୁଁ ଛାଡି ଦିଆଯାଇଛି । ଲୁହାଗୁଡି ୩୨, ଅଡବା ୫୫ , ଶୀକୁଲିପଦର ୧୪ ସେମାନଙ୍କୁ ଆଜି ଛାଡି ଦିଆଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ନିଜ ନିଜର ବ୍ୟାଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ ପଠାଯିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ