ବ୍ରାହ୍ମଣିଗାଁ ପୋଲିସ୍ ତରଫରୁ ସେଛାକ୍ରୃତ ରକ୍ତଦାନ ଶିବିର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣିଗାଁ ପୋଲିସ୍ ବିଭାଗ ତରଫରୁ ଇଂଲିସ ମିଡିୟମ ସ୍କୁଲ ପରିସର ମଧ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଖପାଖ ଆଠଗୋଟି ଗ୍ରାମ ଯଥା ହାତିମୁଣ୍ଡା, ତାଜୁଙ୍ଗିଆ, ଗଦାପୁର, ସରାମୂଳି, ବ୍ରାହ୍ମଣିଗାଁ, ଝିଞ୍ଜିରିଗୁଡା, କୁମ୍ଭାରିଗାଁ, କାଟିଙ୍ଗିଆ ଅଞ୍ଚଳର ଲୋକମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । କନ୍ଧମାଳ ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣିଗାଁ ପୋଲିସ୍ ପକ୍ଷରୁ ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫୁଲବାଣୀ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇ ତଦାରଖ କରିଥିଲେ l ବ୍ଳଡ ବ୍ୟାଙ୍କ ଅଧିକାରୀ ଡ଼ଃ. ଜଗଦୀପ କୁମାର ଘୋଷ ଙ୍କ ସହ ତାଙ୍କର ସହଯୋଗୀ ମାନେଉପସ୍ଥିତ ରହି ଅଞ୍ଚଳ ବାସୀ ଙ୍କ ଠାରୁ ପ୍ରାୟ ୧୬୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବ୍ରାହ୍ମଣିଗାଁ ପୋଲିସ୍ ତରଫରୁ ପ୍ରଥମ ଥର ପାଇଁ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିବାରୁ ଯୁବକ ଯୁବତୀ ମାନେ ଉତ୍ସlହର ସହକାରେ ରକ୍ତ ଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ଫୁଲବାଣୀ ରୁ ଆସିଥିବା ଡକ୍ଟର, ବ୍ରାହ୍ମଣିଗାଁର ଡକ୍ଟର ପ୍ରମୋଦ କୁମାର ସେଠି ଓ ଫାର୍ମାସିଷ୍ଟ ଭଜରାମ ସେଠି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବ୍ରାହ୍ମଣିଗାଁ ଥାନା ଅଧିକାରୀ ରଂଜିତ କୁମାର ମୁନି, ଏସଆଇ ସଂଗ୍ରାମ କେଶରୀ ଜେନା ଏଏସଆଇ ବୀରେନ୍ଦ୍ର ପ୍ରଧାନ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।