ହାତ ଛାଡି ଯୋଗେଶ ଧରିଲେ ଶଙ୍ଖ

ଭୁବନେଶ୍ୱର: ଶେଷରେ ଶଙ୍ଖ ଧରିଲେ ଯୋଗେଶ | ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ କଂଗ୍ରେସର ହାତ ଛାଡିବା ପରେ ଆଜି ବିଜେଡିର ଶଙ୍ଖ ଧରିଛନ୍ତି | ବିଜେଡି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯୋଗେଶ ବିଜେଡିରେ ଯୋଗ ଦେଇଛନ୍ତି । ଉଲ୍ଲେଖନୀୟ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଜାନୁଆରୀ ୧୭ ତାରିଖରେ ଯୋଗେଶ ସିଂହଙ୍କୁ ପ୍ରାଥମିକ ସଦସ୍ୟ ପଦରୁ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା । କଂଗ୍ରେସରୁ ନିଲମ୍ବନ ହେବା ପରେ ଜାନୁଆରୀ ୨୨ ତାରିଖରେ ଯୋଗେଶ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଯୋଗେଶ ସିଂହ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ । ଯୋଗେଶ ସିଂହ ୨୦୦୯ ମସିହାରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଛନ୍ତି । ତେବେ ଆଗକୁ ନିର୍ବାଚନ ଥିବା ବେଳେ ନେତା ଓ ବିଧାଯକମାନଙ୍କର ଅଦଳବଦଳ କେତେ ଦୂର ସଫଳ ହେବ ତାହାକୁ ନେଇ ନିନ୍ଦା ହେଉଛି | ଭୁବନେଶ୍ୱର : କଂଗ୍ରେସର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ ଆଜି ବିଧାୟକ ପଦ ଛାଡିଛନ୍ତି । ଏଥିନେଇ ସେ ତାଙ୍କର ଇସ୍ତଫା ପତ୍ର ଆଜି ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଉଲ୍ଲେଖନୀୟ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସ ତାଙ୍କୁ ଗୁରୁବାର ଦଳରୁ ନିଲମ୍ବିତ କରିଥିଲା । ଏହାର ପ୍ରତିବାଦରେ ସେ ଶୁକ୍ରବାର କଂଗ୍ରେସରୁ ଓହରିଯାଇଥିଲେ । ନିଲମ୍ବିତ ହେବା ପରେ ଯୋଗେଶ ଯୁକ୍ତି ଦର୍ଶାଇଥିଲେ ଯେ, ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନଥିବା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ