ଜାଣନ୍ତୁ କେଉଁ ଖାଦ୍ୟ ଅକାଳରେ ବାର୍ଦ୍ଧକ୍ୟ ଆଣିଥାଏ

ବୟସ ବୃଦ୍ଧି ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ହେଁ ଆଜିକାଲି କେତେକ ମନ୍ଦ ଅଭ୍ୟାସ ଦ୍ୱାରା ଯୁବପିଢ଼ି ଅକାଳ ବାର୍ଦ୍ଧକ୍ୟରେ ପଡୁଛନ୍ତି । ଜୀବନ ଶୈଳୀରେ ପରିବର୍ତ୍ତନ ଓ ଖରାପ ଖାଦ୍ୟାଭ୍ୟାସ ଏହାର କାରଣ ହୋଇପାରେ । ଅଧିକ ଆଲକହଲ୍ ସେବନ ଅସମୟରେ ବୟସ ବୃଦ୍ଧିର ମୁଖ୍ୟ କାରଣ । ଏହା ଦ୍ୱାରା ଶରୀରରେ ଫେଟି ଏସିଡର ମାତ୍ର କମିଯାଏ ଓ ଜଳଶୁଷ୍କତା ବଢ଼େ । ଚର୍ମକୁ ଉଜ୍ଜ୍ୱଳ କରାଉଥିବା କୋଲେଜେନର ପରିମାଣ ହ୍ରାସ ହେବା ସହିତ ଚର୍ମ କୁଞ୍ଚନ ଆରମ୍ଭ ହୁଏ । ଏଥିରୁ କ୍ଷାନ୍ତ ରୁହନ୍ତୁ । ଚିନି ଓ ଲୁଣ ଖାଇବା କମାନ୍ତୁ । ନଚେତ ଅକାଳରେ ବାର୍ଦ୍ଧକ୍ୟ ମାଡିବସିବ । କାରଣ ଏଗୁଡିକ ଓଜନ ଓ ଉଚ୍ଚ ରକ୍ତଚାପ ବଢ଼ାଏ । ବୃକକ୍ ରୋଗ ମଧ୍ୟ ସୃଷ୍ଟି କରାଏ । ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ ପ୍ୟାକେଟ ଖାଦ୍ୟ, ଫାଷ୍ଟ ଫୁଡ ବର୍ଜନ କରନ୍ତୁ । ଏଗୁଡିକ ଧମନିର ରକ୍ତ ପ୍ରବାହ କମାଇଥାଏ ଏବଂ ଚର୍ବି ଜମା କରେ । ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଗହମ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । ଶକ୍ତି ବୃଦ୍ଧିକାରୀ ପାନୀୟ ଓ କାଫେନ ମଧ୍ୟ ଅକାଳରେ ବାର୍ଦ୍ଧକ୍ୟର କାରଣ । ଏ ବାବଦରେ ସତର୍କ ରହିବାକୁ ପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ