ଟିକର ପଡ଼ା ପଞ୍ଚାୟତ କୁ ସଟଡାଉନ୍ ଘୋଷଣାକଲା ପ୍ରଶାସନ ଘରୁ ନ ବାହାରିବା ପାଇଁ ମାଇକ ପ୍ରଚାର
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଗୁରୁବାର ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ଚଣ୍ଡ ଙ୍କ ଅନୁରୋଧ କ୍ରମେ ସମଗ୍ର ପଞ୍ଚାୟତ କୁ ସନ୍ଧ୍ୟା ରେ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି। ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମ ର ସଙ୍ଗରୋଧ କେନ୍ଦ୍ର ରେ ଥିବା କିଛି ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଓଡ଼ିଆ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କରୋନା ପଜେଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଦିଗପହଣ୍ଡି ବିଡିଓ ହଳଧର ଶବର, କୋଭିଡ ୧୯ ନୋଡାଲ ଅଧିକାରୀ ରାଜ କିଶୋର ନାୟକ,ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ,କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ପ୍ରମୁଖ ସଂମ୍ପୃକ୍ତ ଇଲାକାରେ ପହଞ୍ଚି ସମଗ୍ର ପଞ୍ଚାୟତ କୁ ଏକ ସପ୍ତାହ ବ୍ୟାପୀ ସଟଡାଉନ୍ ଘୋଷଣା କରିଥିବା ଜଣାପଡିଛି। ପଞ୍ଚାୟତ ଅଧୀନ ସମସ୍ତ ଗାଁ ରେ ଘରୁ ନବହାରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଇଛି। ସମ୍ପୃକ୍ତ ଇଲାକାକୁ କଣ୍ଟ୍ରୋଲ ଜୋନ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଚାର ବିମର୍ଶ ଜାରି ରହିଛି।