ଅଟୋ-ବାଇକ ମୁହାଁମୁହିଁ ଧକ୍କା ବାଇକ ଚାଳକ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଡ଼ଡ଼ଙ୍ଗ ନିକଟ ଜାତୀୟ ରାଜପଥ ଏନଏଚ.୫୯ରେ ଏକ ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି l ପ୍ରକାଶଯେ, ବାଲିଗୁଡା ବ୍ଲକ ବାରଖମା ଗ୍ରାମର ଦୀନବନ୍ଧୁ ପାତ୍ର ଏକ ବାଇକ ଯୋଗେ ଜଲେଶପଟା ସ୍ଥିତ ନିଜ ଭାଇ ଘରକୁ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଯିବାସମୟରେ ଏକ ଅଟୋ (ଓଡି-୧୨ସି -୬୯୫୭)ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଶ୍ରୀ ପାତ୍ରଙ୍କ ମୃତ୍ୟୁ ହୋଇଛି l ଖବର ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ ପହଞ୍ଚି ଶବକୁ ଜବତ କରି ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ