ବ୍ୟବସାୟୀ ଗୈାରାଙ୍ଗ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ବିଶିଷ୍ଟ ବ୍ୟବସାୟୀ, ଗୈାରୀଶଙ୍କର ହୋଟେଲ ଓ ଗୈାରୀଶଙ୍କର ବସର ମାଲିକ, ପୂର୍ବତନ କେନ୍ଦ୍ରାପଡା ଘରୋଇ ବସମାଲିକ ସଙ୍ଘର ସଭାପତି ତଥା ପୂର୍ବତନ କାଉନସିଲର ସ୍ୱର୍ଗତ ଗୈାରାଙ୍ଗ ଚରଣ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ କଜଳାସ୍ଥିତ ତାଙ୍କ ବାସଭବନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଯୁବ ସଂଗଠକ ରାଜେଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଅଜୟ ସାମଲ ସଭାପତିତ୍ୱ କରିଥିଲେ। ଏହି ସଭାରେ ପୈାରାଧ୍ୟକ୍ଷା ସରିତା ସାହୁ, ବିଜେଡି ନେତା ରବି ସାମଲ, ପଦ୍ମଚରଣ ସାମନ୍ତରାୟ, ଧିରେନ ସାହୁ, ପ୍ରଦିପ କୁମାର ସାହୁ(ଲିପୁ), ତୁଷାର ଘୋଷ, କାଉନସିଲର କାଳି ପ୍ରସାଦ ମିଶ୍ର, ଉମେଶ ନାୟକ, ଦୁର୍ଗା ପ୍ରସାଦ ପତି, ଅତନୁ କୁମାର ମିଶ୍ର, ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ସୁଜିତ ବଳ, ଅମୀୟ ନାୟକ, ରାଜେଶ ଦାସ, ପ୍ରଦୀପ ନାୟକ, ତାଙ୍କର ଦୁଇ ସୁପୁତ୍ର ଦେବାଶିଷ ପଣ୍ଡା ଓ ପ୍ରଭାଶିଷ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଅତନୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ