ବଞ୍ଚୋ ସଂଗରୋଧ କେନ୍ଦ୍ରରୁ ଘରକୁ ଗଲେ ୨୪ ପ୍ରବାସୀ

ହାଟଡିହି (ଓ୍ବାଇଏନ୍ଏସ୍) : ବଞ୍ଚୋ ସଙ୍ଗରୋଧ କେନ୍ଦ୍ରରେ ଥିବା ୭୨ଜଣଙ୍କ ମଧ୍ୟରୁ ୨୪ପ୍ରବାସୀଙ୍କୁ ସଙ୍ଗରୋଧ ଅବଧି ସମାପ୍ତ ପରେ ଘରକୁ ପଠାଇ ଦିଆଯାଇଛି । ଡାକ୍ତର ଦିପକ କୁମାର ମହାଲି, ଫାର୍ମସିଷ୍ଟ ହେମନ୍ତ କୁମାର ଜେନା, ପୁଷ୍ପଲତା ମହାନ୍ତି ପ୍ରମୁଖ ଘରକୁ ଯିବା ପୁର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସରପଞ୍ଚ ଚମ୍ପାବତୀ ପୁହାଣ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଶିକ୍ଷକ ବିଷ୍ଣୁପ୍ରସାଦ ଦାଶ, ଅଞ୍ଜନ କୁମାର ଦାସ, ଆଶାକର୍ମୀ ମନୋରମା ଜେନା, ସଞ୍ଜୁଲତା ମୁଦୁଲି, ଜି.ଆର.ଏସ ଶୁଭଶ୍ରୀ ରାୟସର୍ଦ୍ଦାର ପ୍ରମୁଖ ୁପସ୍ଥିତ ରହି ସେମାନଙ୍କୁ ଡିସଚାର୍ଜ ପେପର ଦେଇ ବିଦାୟ ଜଣାଇଥିଲେ । ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରେ ରହିବାବେଳେ ସମସ୍ତ ପ୍ରକାର ସୁବ୍ୟବସ୍ଥା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ସରକାର ଘୋଷଣା କରିଥିବା ଆର୍ôଥକ ସହାୟତା ଦିଆଯାଇ ନଥିବା କହିଛନ୍ତି । ସହାୟତା ଅନୁଦାନ ଆସିଲେ ସେମାନଙ୍କ ଏକାଉଣ୍ଟକୁ ଟଙ୍କା ଦେଇଦିଆଯିବ ବୋଲି ସରପଞ୍ଚ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ