ପୋଲତଳୁ ନାଁ ବାଳିକାକୁ ଉଦ୍ଧାର କଲା ଚାଇଲଡଲାଇନ

ହାଟଡିହି (ଓ୍ବାଇଏନ୍ଏସ୍) : ବାଲିବରେଇ ପଞ୍ଚାୟତର ଶଙ୍କଟପାଲିଆ ବିଦ୍ୟାଧରପୁର ରାସ୍ତାର ବଦ୍ଧ ଗଡିଆ ନିକଟରେ ଥିବା ଏକ ପୋଲ ତଳୁ ଜଣେ ନାଁ ବାଳିକାକୁ ଚାଇଲଡ ଲାଇନ କର୍ତ୍ତୁପକ୍ଷ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଖବରରୁ ଜଣାଯାଇଛି ଯେ ଜଣେ ୧୬/୧୭ବର୍ଷର ନାଁ ବାଳିକା ଗତ କିଛିଦିନ ହେବ ଆସି ଏହି ପୋଲ ତଳେ ବାସ କରୁôତଲା । ଖବରପାଇ ଆନନ୍ଦପୁର ଚାଇଲଡ ଲାଇନ ସଂଯୋଜକ ନରେନ୍ଦ୍ର ବେହେରା, ସଦସ୍ୟ ଭାଗିରଥି ଦାସ, ଆନନ୍ଦ ସାହୁ, ସଶ୍ମିତା ମହାନ୍ତି, ହିମାଶୁଂ ରାମ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନାଁ ବାଳିକା ଜଣକୁ ଆଜି ଉଦ୍ଧାର କରି ତାକୁ ପ୍ରଥମେ ବାଲିବରେଇ କ୍ୱାରେଣ୍ଟାଇନରେ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ସରପଞ୍ଚ ବିଡିଓଙ୍କ ନିର୍ଦ୍ଦେଶ ନହେଲେ ରଖିବୁ ନାହିଁ ବୋଲି କହିଥିଲେ । ଏନେଇ ଚାଇଲଡ ଲାଇନ କର୍ତ୍ତୁପକ୍ଷ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ନଥିଲେ । ଫଳରେ ସେମାନେ ଏକ ଭଡା ଗାଡିକରି ନାଁ ବାଳିକାର ଘରକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ନାଁ ବାଳିକା ଜଣକ ପୋଲ ତଳେ ଚୁଲି କରି ନିଜେ ରୋଷେଇବାସ କରି ଖିଆପିଆ କରୁଥିବାବେଳେ ସେହିଠାରେ ହିଁ ଶୁଆବସା କରିଥାଏ । ଏପରିକି କେତେବେଳେ କିପରି ମାଗିଯାଚି ଆଣି ଖାଇଥାଏ ବୋଲି ସେ ପ୍ରକାଶ କରିଛି । ନାଁ ବାଳିକା ଜଣକ ୨ବର୍ଷ ତଳୁ ମାଟ୍ରିକ ପାସ କରିଛି ଓ ତାଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଦେବତାଗଡିଆ ଗ୍ରାମର ବୋଲି କହିଛିି । ତାଙ୍କ ପରିବାରରେ ୪ଭାଇ ଓ ୪ଭଉଣୀ ଥିବାବେଳେ ବାପା ମା ମଧ୍ୟ ଥିବା ନାଁ ବାଳିକା ଜଣକ ପ୍ରକାଶ କରିଛି । କୌଣସି କାରଣରୁ ସେ ଘରୁ ରାଗି ପଳାଇଆସି ଏହି ପୋଲତଳେ ବସବାସ କରୁଥିବା କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ