ଏକତା ଓ ପ୍ରେମ ବନ୍ଧନରେ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠି ଶୁଭିଲା ବନ୍ଦେ ଉତ୍କଳ ଜନନୀ

ହିଞ୍ଜିଳିକାଟୁ, (ୱାଇଏନଏସ): କରୋନାର ଲଢେଇରେ ଆଗ ଧାଡ଼ିରେ ରହି ମୁକାବିଲା କରୁଥିବା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟା ସାଢେ ୫ଟାରେ ଓଡ଼ିଶାର ଜନସାଧାରଣଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବା ସକାଶେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ଅନୁରୋଧ କରିଥିଲେ । ସାରା ବିଶ୍ୱରେ ମହାମାରୀ କରେନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ବାହାର ରାଜ୍ୟ ଓ ଦେଶରେ ରହିଥିବା ଶ୍ରମିକଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ପ୍ରତ୍ୟେକ ଗ୍ରାମାଂଚଳର ଜନସାଧାରଣ ଶନିବାର ସନ୍ଧ୍ୟା ସାଢେ ୫ଟାରେ ସମବେତ ହୋଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ପୂର୍ବ ନିର୍ଦ୍ଧାରିତ ପ୍ରସ୍ତୁତି ପ୍ରକାରେ ସ୍ଥାନୀୟ ପୌରାଂଚଳର ୫ଟି ସ୍ଥାନ ଯଥା ଲକ୍ଷ୍ମୀ ବଜାର, ନୁଆଁଗଡ଼, ଆଙ୍କୋରଡ଼ା, ରଜା ସାହି, ରାଜବାଟି ସମେତ ହିଞ୍ଜିଳି ଆଦର୍ଶ ପୋଖରୀକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇ ସାମାୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ପ୍ରାୟ ସମସ୍ତ ଗ୍ରାମାଂଚଳରେ ମଧ୍ୟ ଆବାଳ ବୃଦ୍ଧ ବନିତା ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ପୌରାଂଚଳ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ଦୀର୍ଘ ୧୫୦ମିଟର ତ୍ରିରଙ୍ଗା ପତକାକୁ ସଂଘର ସଦସ୍ୟ ଓ କର୍ମକର୍ତା ମାନେ ହାତରେ ଧରି ସମବେତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥେ କୁଅଁର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ, ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର, ଗାୟତ୍ରୀ କମ୍ପ୍ୟୁଟର ଷିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ, ବହୁ ସମାଜସେବୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସ୍ୱେଛାସେବୀ ସଂଗଠନ, ବୁଦ୍ଧିଜୀବି, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶନିବାରର ଏଭଳି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସ୍ଥାନୀୟ ଜନସାଧାରଣଙ୍କ ଅତୁଟ ପ୍ରେମ, ସ୍ନେହ, ଶ୍ରଦ୍ଧା ଭରି ରହିଥିବା ଜଣାପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ