ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ ମହାରଣା): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଷ୍ଟୁଡେଣ୍ଟସ ଫର ସୋସାଇଟ ପକ୍ଷରୁ ବୁଗୁଡା ଅଞ୍ଚଳର ବିଭିନ୍ନ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାପଡ଼ିଛି। ସଙ୍ଗଠନର ପ୍ରକାଶ ମହାରଥା, ସତ୍ୟ ପ୍ରକାଶ ନାୟକ, ସୁଧାଂଶୁ ରାଉତ, ସ୍ମୃତି ସ୍ୱରୂପା ନାୟକ, ସୁଧାଂଶୁ ଶେଖର ଖଟୁଆ,ସୁନୀଲ ପଣ୍ଡା ପ୍ରମୁଖ ବହୁ ଯୁବଛାତ୍ର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନେ ସମସ୍ତେ ବୁଗୁଡା ବ୍ଲକ ଅଫିସ, ବୁଗୁଡା ଏନଏସି ଅଫିସ, ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅଗ୍ନିଶମ ବିଭାଗ, ତହସିଲ କାର୍ଯ୍ୟାଳୟ ଓ ବୁଗୁଡା ଥାନା ପ୍ରଭୃତି ଅନୁଷ୍ଠାନର କରୋନା ଯୋଦ୍ଧା ଭାବେ ପରିଚିତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦଙ୍କୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଭାମଶ୍ୟାଳି ଓ ଆଦିପୁର ଗ୍ରାମର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଥିବା ସରପଞ୍ଚ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଗ୍ରାମ ପଞ୍ଚାୟତ କର୍ମଚାରି ଓ ସ୍ବେଚ୍ଛାସେବୀ ବୃନ୍ଦଙ୍କୁ ମଧ୍ୟ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ