ରାଉରକେଲାରେ ଲାଗିଲା ସ୍ୱତନ୍ତ୍ର ଟ୍ରେନ

ରାଉରକେଲା: କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାକେଲରେ ତ କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି ।
ଏହାରି ଭିତରେ ତାମିଲନାଡୁରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ରାଉରକେଲା ରେଳ ଷ୍ଟେସନରେ ସୋମବାର ସକାଳୁ ଆସି ପହଞ୍ଚିଛି। ଓଡିଶାର ବିଭିନ ଜିଲାର ପ୍ରାୟ ବହୁ ସଂଖ୍ୟାର ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରା ଯାଇଥିଲା। ପରେ ଜିଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ମେଡିକାଲ ଟିମ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ଜିଲାକୁ ବସ ଯୋଗେ ପଠାଯାଇଛି। ଏତେ ସଂଖ୍ୟକ ପ୍ରବାସୀ ଏକା ସଙ୍ଗେ ଆସିଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ