ସୁସ୍ଥ ହେଲେ ଆଉ ୯୧
ଭୁବନେଶ୍ବର : ଆଜି ରାଜ୍ୟରେ ୧୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୧ ଜଣ ସୁସ୍ଥ ହୋଇଥିବାର ସୂଚନା ମିଳିଛି । ରାଜ୍ୟରେ ଆଜି ଆଉ ୯୧ ଜଣ ସୁସ୍ଥ ହୋଇଛନ୍ତି । ଦେବଗଡରୁ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ ୧୬, ନୟାଗଡରୁ ୧୫, ବଲାଙ୍ଗିରରୁ ୯, ଅନୁଗୁଳ ଓ ବାଲେଶ୍ବରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ବରଗଡରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ, ଗଜପତି ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର ୯୧ ଜଣ ସୁସ୍ଥକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୪୧୬ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଆଜି ରାୟଗଡା ଜିଲ୍ଲାରୁ ପ୍ରଥମ କରି ଜଣେ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରେ କରୋନା ବ୍ୟାପି ସାରିଛି । ତେବେ ରାଜ୍ୟରେ ସୁସ୍ଥ ହାର ବଢିଥିବାରୁ ରାଜ୍ୟବାସୀଙ୍କୁ ଏହା ଆଶ୍ବସ୍ତି ପ୍ରଦାନ କରିଛି ।


