ଚିକିଟିରେ ବିଜେପିର ଶୁଖିଲା ଖାଦ୍ୟ ବଣ୍ଟନ

ଚିକିଟି, (ୱାଇଏନ୍‌ଏସ୍‌): ଚିକିଟି ବ୍ଲକ ର ବିଭିନ୍ନ ଅଂଚଳରେ ଭାରତୀୟ ଜନତା ପାର୍ଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିଲା। ଲାକଡ଼ାଉନ ପରଠାରୁ ଜୀବିକା ହରାଇ ଥିବା ରିକ୍ସା ଵାଲା,ଗାଡି ଡ୍ରାଇଭର,ଖାଲାସୀ ସଂଘ , ଖବର କାଗଜ ବିତରକ ଓ ଠେଲାଗାଡି ଦୋକାନୀ ମାନେ ନିଜର ବ୍ୟବସାୟ ହରାଇ ଥିବାବେଳେ ଅପରାହ୍ନରେ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦିଆନ ସାମନ୍ତରା ଓ ତାଙ୍କ ସହ ଯୋଗୀ କର୍ମୀ ମାନେ ମିଶି ଚିକିଟି ପେଣ୍ଠ, ନୂଆ ବସଷ୍ଟାଣ୍ଡ ବଡବଜାର ଅଞ୍ଚଳ ରେ ବୁଲି ସାମାଜିକ ଦୂରତା ରକ୍ଷା କରି ଶୁଖିଲା ଖାଦ୍ୟ କୀଟ ସହ ମାସ୍କ ,ସାନିଟାଇଜର, ସାବୁନ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ