ଯୋଡା ବିକାଶ ପରିଷଦର କର୍ମକର୍ତାଙ୍କୁ ନିଲମ୍ବନ କଲେ ଅଧ୍ୟକ୍ଷ

ଯୋଡା (ସମୀର କୁମାର ଦାସ, ଯୋଡା) : ଯୋଡା ବିକାଶ ପରିଷଦର କର୍ମକର୍ତାଙ୍କ କ୍ଷମତା ଅପବ୍ୟବହାର ଅଭିଯୋଗରେ ବୁଧବାର ପରିଷଦର ଅଧ୍ୟକ୍ଷ ଶିରିଶ ଚନ୍ଦ୍ର ମହାନ୍ତି ସମସ୍ତ କର୍ମକର୍ତାଙ୍କୁ ନିଲମ୍ବନ କରିଛନ୍ତ୍‌ି । ଏନେଇ ବୁଧବାର ଯୋଡା ସହିଦ ନଗରଠାରେ ଥିବା ଏକ ହୋଟେଲରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ ଶିରିଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ୨୦୦୦ ମସହିହାରେ ଯୋଡାର ସାମୁହିକ ଓ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଯୋଡା ବିକାଶ ପରିଷଦ ଗଠନ କରାଯାଇଥିଲା । ମାତ୍ର ଗତ ୨୦୦୦ ମସିହା ଠାରୁ ଯୋଡା ବିକାଶ ପରିଷଦର କର୍ମକର୍ତା ମାନେ ରହି କ୍ଷମତାର ଅପବ୍ୟବହାର କରୁଥିଲେ । ଯୋଡା ଉନ୍ନିରେ ବାଧା ସୃଷ୍ଟି କରିବାରୁ ପରିଷଦର କର୍ମକର୍ତାଙ୍କୁ ନିଲମ୍ବନ କରାଯାଇଛି ଏବଂ ପରବର୍ତୀ ନିର୍ବାଚନ ନହେବା ପର୍ଯ୍ୟନ୍ତ କର୍ମକର୍ତାମାନେ ଯୋଡା ବିକାଶ ପରିଷଦ ନାମରେ କୌଣସି କାର୍ଯ୍ୟ କରିପାରିବେ ନାହିଁ ବୋଲି ଅଧ୍ୟକ୍ଷ ଶିରିଶ ଚନ୍ଦ୍ର ମହାନ୍ତି କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୦ ମସିହାରେ ତତ୍କାଳୀନ ପୂର୍ବତନ ମନ୍ତ୍ରୀ ସରାଇ ଓରାମ୍ ଙ୍କ ଦିଗଦର୍ଶନରେ ଶିରିଶ ଚନ୍ଦ୍ର ମହାନ୍ତି, ରବିନ୍ଦ୍ର କୁମାର ଦାସ, ସୁଶାନ୍ତ କର, ଆର.ଏନ. ଆଦକ ପ୍ରମୁଖଙ୍କ ଦ୍ୱାରା ଯୋଡା ବିକାଶ ପରିଷଦ ଗଠନ କରାଯାଇଥିଲା ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ