୮ ରୁ ଭୁବନେଶ୍ୱର-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ଚଳାଚଳ ୯ ରୁ ବ୍ରହ୍ମପୁର-ଭୁବନେଶ୍ୱର
ବ୍ରହ୍ମପୁର, ((ଅନିଲ କୁମାର)) : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୬୨ ଜଣ କରୋନା ରୋଗୀ କୋଭିଡ-୧୯ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ୩ ଟି ଟ୍ରେନ୍ରେ ୨୭୦୩ ଜଣ ପ୍ରବାସୀ ବ୍ରହ୍ମପୁରରେ ପହଞ୍ଚିଥିବା ବେଳେ ତୃତୀୟ ଟ୍ରେନର ପ୍ରବାସୀଙ୍କୁ ବିଳମ୍ବିତ ରାତି ଗଣନା ଚାଲିଥିବା ଜଣାପଡିଛି । ଉକ୍ତ ପ୍ରବାସୀଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସାନିଟାଇଜେସନ୍, ଚିକିତ୍ସା, ଖାଦ୍ୟ ଦିଆଯାଇ ନିଜ ନିଜ ଗ୍ରାମ ପଞ୍ଚାୟତ କ୍ୱାରେଣ୍ଟାଇନକୁ ପଠାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ମାସ୍କ ଓ ବାହାରେ ଛେପ ପକାଇବା ବ୍ୟକ୍ତିଙ୍କ ବିରୁଦ୍ଧରେ ଧରପଗଡ଼ ଜୋରଦାର କରାଯାଇଥିବା ବେଳେ ହୋମ୍ କାରେଣ୍ଟଟାଇନ ଉଲ୍ଲଙ୍ଘନ କାରୀଙ୍କୁ ସରକାର କାରେଣ୍ଟଟାଇନରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଆସନ୍ତା ୮ ତାରିଖ ଠାରୁ ଭୁବନେଶ୍ୱର-ବ୍ରହ୍ମପୁର ଓ ୯ ତାରିଖରୁ ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ରେଳୱାଇ ପକ୍ଷରୁ କୁହାଯାଇଛି । ସେହିପରି ବିଭିନ୍ନ ରେଳ ଧାରଣା ଓ ବିଭିନ୍ନ ଷ୍ଟେସନ୍ରେ ଆର୍ପିଏଫ୍ର ପେଟ୍ରୋଲିଂ ସହ କଡା ସତର୍କତା ରଖାଯାଇଛି । ଲକ୍ ଡ଼ାଉନ୍ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପୂର୍ବ କର୍ଫୁ୍ୟ ବଳବତ୍ତର ରଖାଯାଇଥିବା ବେଳେ ପ୍ରତ୍ୟେକ ଦୋକାନ ସମ୍ମୁଖରେ ବାରିକେଟ୍ ନିର୍ମାଣ, ୨ ମିଟର ସାମାଜିକ ଦୂରତା ବଜାୟ ସହ ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ପୋଲିସ ଓ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କୋଭିଡ-୧୯ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସ୍ଥିତ କୋଭିଡ-୧୯ ହସ୍ପିଟାଲ୍ରେ ଆଜି ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ଚିକିତ୍ସିତ ହେଉଥିବା ଏବଂ ସେଥିରୁ ଆଜି ୪୧ ଜଣ ନୂତନ ଭାବେ ଚିହ୍ନଟ ପଜିଟିଭ ରୋଗୀଙ୍କୁ ଭର୍ତ୍ତିୀ କରାଯାଇଛି । ଉକ୍ତ ୪୧ ଜଣ ପଜଟିଭ ମଧ୍ୟରୁ ୩୬ ଜଣ କାରେଣ୍ଟଟାଇନରେ ଥିବା କାରେଣ୍ଟଟାଇନ କେନ୍ଦ୍ରରେ ଥିବା ବେଳେ ୫ ଜଣ ଲୋକାଲରୁ ଥିବା କୁହାଯାଇଥିଲେ ହେଁ ଉକ୍ତ ୫ ଜଣଙ୍କୁ ପୂର୍ବ ରୋଗୀଙ୍କ ସଂସ୍ପର୍ଶରେ ଆସଥିବା କୁହାଯାଇଛି । ଯଦ୍ୱାରା ଜିଲ୍ଲାରେ ଏଯାବତ କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଆଜି ଏର୍ଣ୍ଣାକୁଲମ-ଖୋର୍ଦ୍ଧା ରୋଡ, ଅନନ୍ତପୁର- ଭଦ୍ରକ ଓ କୋର୍ଣାକ ଏକ୍ସପ୍ରେସ ଟ୍ରେନରେ ୨୭୦୩ ଜଣ ପ୍ରବାସୀ ପହଞ୍ଚୁଥିବା ଜଣାପଡିଛି । ଏପରିକି ବ୍ରହ୍ମପୁର ଓ ଜଗନ୍ନାଥପୁର ରେଳ ଷ୍ଟେସନ୍ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାରି ୧୪୪ ଧାରା ବଳବତ୍ତର ରହିଥିବା ବେଳେ ଉଭୟ ଷ୍ଟେସନ୍କୁ ସର୍ବସାଧାରଣକୁ ପ୍ରବେଶ ନେଇ ନିଷିଦ୍ଧ କରାଯାଇଛି । ବ୍ରହ୍ମପୁର ଓ ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ତହସିଲ୍ଦାର ସିପକ୍ ପାତ୍ର, ଗଞ୍ଜାମ ଏସ୍ପି ବ୍ରିଜେସ ରାଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ସିଟି ଏସ୍ଡ଼ିପିଓ ବିଷ୍ଣì ପ୍ରସାଦ ପତି, ଟ୍ରାଫିକ୍ ଡ଼ିଏସ୍ପି ସାର୍ଥକ ରାୟ, ଛତ୍ରପୁର ଉପଜିଲ୍ଲାପାଳ, ତହସିଲ୍ଦାର ଓ ବହୁ ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ୱରେ ବହୁ ପୋଲିସ ଅଫିସର, ପୋଲିସ କର୍ମଚାରୀଙ୍କ ସମେତ ଆର୍ପିଏଫ ଇନ୍ସ୍ପେକଫର ଦିଲ୍ଲୀପ କୁମାର, ଜିଆର୍ପି ଥାନା ଆଇଆଇସି ସୁକାନ୍ତ କୁମାର ଭୋଇ ଓ ବହୁ ଆର୍ପିଏଫ୍ ଓ ଜିଆର୍ପି ବାହାନୀ ମୂତୟନ ରହି ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ ଟେଷ୍ଟ, ରେଜିଷ୍ଟ୍ରେସନ୍ , ଶୃଙ୍ଖଳିତ ଭାବେ ବସ୍ରେ ବସି କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯିବା ପାଇଁ ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।
କେନ୍ଦ୍ର ସରକାର ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ମହାନଗର ସମେତ ଗଞ୍ଜାମ ଜିଲ୍ଲାରେ ସନ୍ଧ୍ୟା ୭ ରୁ ସକାଳ ୭ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫୁ୍ୟକୁ ପୋଲିସ ପକ୍ଷରୁ ଜାରି କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗରରେ ବହୁ ପ୍ରତିକ୍ଷୀତ ଚା’, ପାନ ଦୋକାନ, ସେଲୁନ୍ ସର୍ତ୍ତମୂଳକ ଭାବେ ସକାଳ ୭ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ଯାଇପାରିବ ବୋଲି ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏପରିକି ଉକ୍ତ ନିର୍ଦ୍ଦେଶନାମାରେ ସାମାଜିକ ଦୂରତାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇ ୫ ଜଣରୁ ଉର୍ଦ୍ଧ୍ୱ କେହି ଚା’ ଓ ପାନ ଦୋକାନରେ ଭୀଡ଼ ଜମାଇପାରିବେ ନାହିଁ, ଦୋକାନୀ ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍ ପିନ୍ଧିବା ବାଧ୍ୟ କରାଯିବା ସହ ଗ୍ରାହକଙ୍କ ମଧ୍ୟରେ ଅନ୍ତତଃ ୨ ମିଟର ଦୁରତ୍ୱ ମାନିବାକୁ ପଡ଼ିବ ବୋଲି କହିଛନ୍ତି । ତେବେ ପ୍ରାୟତଃ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା ନେଇ କଟକଣା ପ୍ରତ୍ୟାହାର କରାଯାଇଥିବା ବେଳେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରଖିବା ପାଇଁ କୁହାଯାଇଛି । ଆବଶ୍ୟକସ୍ଥଳେ ଅନ୍ଲାଇନ୍ କିମ୍ବା ଦୂର ଶିକ୍ଷା ଦ୍ୱାରା କୋଚିଂ ଦେବାରେ କଟକଣା ନାହିଁ ବୋଲି କହିଛନ୍ତି । ଏହାଛଡ଼ା ବ୍ରହ୍ମପୁର ମହାନଗରରେ ୧୫ ଟି ବ୍ୟବସାୟ ପ୍ରତିଷ୍ଠାନ ଦିନ ୧ ଘଣ୍ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ଯାଇ କରାବାର ଚାଲିଥିବା ବେଳେ ବାଇକ୍ରେ ମାତ୍ର ଜଣେ ଚାଳକ ବ୍ୟତୀତ ଅନ୍ୟ ଆରୋହୀ, ମାସ୍କ ପରିଧାନ କରୁନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଧରପଗଡ଼ ଜାରି ରହିଛି । ସେହିପରି ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ୍ ହୋମ୍ ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପରିସରରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରୁ ପ୍ରବେଶକୁ ବେଆଇନ କରାଯାଇଛି । ତେବେ ବହୁ ପ୍ରବାସୀ ଜାତୀୟ ରାଜପଥ ତଥା ରେଳଧାରଣାରେ ଚାଲି ଚାଲି ଆସୁଥିବା ଯୋଗୁଁ ଆର୍ପିଏଫ୍ ପକ୍ଷରୁ ବିଭିନ୍ନ ଷ୍ଟେସନ୍ ଓ ରେଳ ଧାରଣାରେ ବ୍ୟାପକ ପେଟ୍ରୋଲିଂ ଜାରି ରହିଥିବା ବ୍ରହ୍ମପୁର ଆର୍ପିଏଫ୍ ଇନ୍ସ୍ପେକଫର ଦିଲ୍ଲୀପ କୁମାର ପ୍ରକାଶ କରିଛନ୍ତି । ଏଭଳି ଅନୁପ୍ରବେଶକୁ ରୋକିବା ନେଇ ଆର୍ପିଏଫ୍ ପକ୍ଷରୁ ସାଧାରଣଜନତାଙ୍କ ସହଯୋଗ ଲୋଡ଼ିବା ସହ ଟୋଲ୍ ଫ୍ରି ନଂ ୧୮୨ ରେ ଖବର ଦେବା ପାଇଁ ଆର୍ପିଏଫ୍ ପକ୍ଷରୁ ନିବେଦନ କରାଯାଇଛି ।


