ମାନବିକତା ହରାଇଲେଣି ପ୍ରବାସୀ

ପାରାଦ୍ୱୀପ, (ପିତବାସ ପ୍ରଧାନ):ଗତ ୧ ତାରିଖ ଦିନ ଆନ୍ଧ୍ର ପ୍ରଦେଶରୁ ଆସି ପାରାଦ୍ୱୀପ ଷଣ୍ଢକୁଦରେ ପହଁଚିଥିବା ତେଲଗୁ ସଂପ୍ରଦାୟର ଲୋକଙ୍କୁ ସଂଂଗରୋଧ କେନ୍ଦ୍ରକୁ ଯିବାକୁ କରଣା ଯୋଧା ଆସାଦିଦି ଆକ୍ରମଣରେ ଶିକାର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଲଗଡାଉନ- ୪.0 ପରେ ଗତ ୧ ତାରିଖଦିନ ପାରାଦ୍ୱୀପ ଷଣ୍ଢକୁଦରେ ରହୁଥିବା ମୁଳ ଆନ୍ଧ୍ର ପ୍ରଦେଶ ବାସିନ୍ଧା ପାରାଦ୍ୱୀପ ଫେରିଥିଲେ । ୨ ତାରିଖ ଦିନ ଏମାନେ ବିନା ପଂଚି କରଣରେ ପହଁଚିଥିଲେ ଷଣ୍ଢକୁଦରେ ଏହି ଖବର ପାଇ ସ୍ଥାନୀୟ ଆସାଦିଦି ସାବିତ୍ରୀ ସ୍ୱାଇଁ ସେମାନଙ୍କୁ ବାରଣ କରିଥିଲେ । ସଂଗରୋଧ କେନ୍ଦ୍ରକୁ ଯିବାକୁ ସମସ୍ତ ଆନ୍ଧ୍ର ଫେରନ୍ତାକୁ ଅନୁରୋଧ କରିଥିଲେ ଏଥିରେ ଉତ୍‌କ୍ଷିପିତ ହୋଇ ଏହି ତେଲଗୁ ସଂପ୍ରଦାୟ ଲୋକମାନେ (ପୁରଷ ଓ ମହିଳା) ସାବିତ୍ରୀ ଙ୍କୁ ଗାଳି ଗୁଳଜ କରିବା ସହ ଧକ୍‌କା ଓ ତଣ୍ଡିଆ ମାରିଥିଲେ ବୋଲି ସାବିତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କାନ୍ଦି କାନ୍ଦି କହିଛନ୍ତି । ଖବର ପାଇ ଜଟାଧାରି ମୁହାଣ ସାମୁଦ୍ରିକଥାନା ଅଧିକାରି ଭରତ ଚନ୍ଦ୍ର ବେହେରା ସଦଳବଳେ ସେଠାରେ ପହଁଚି ବିଭିନ୍ନ ପର୍ଯ୍ୟାୟରେ ୫୯ ଜଣ ଆନ୍ଧ୍ର ଫେନ୍ତାଙ୍କୁ ଧରି ପ୍ରଶାସନ ସହାୟତାରେ ସଂଗରୋଧ କେନ୍ଦ୍ରକୁ ନେଇ ଛାଡିଥିଲେ ଏହି ତେଲଗୁ ସଂପ୍ରଦାୟର ଲୋକମାନେ ଆନ୍ଦ୍ର ପ୍ରଦେଶରୁ ଆସି ଷଣ୍ଢକୁଦ ବସ୍ତିରେ ରୁହନ୍ତି । ଲଗ ଡଉନ ପୁର୍ବରୁ ମାଛଧରା କଟକଣାଥିବାରୁ ସେମାନେ ଆନ୍ଧ୍ର ପ୍ରଦେଶକୁ ପଲାଇ ଯାଇଥିଲେ । ଲଗଡାଉନ କୋହଳ ହେବାରୁ ସେମାନେ ଫେରିଥିଲେ । ଷଣ୍ଢକୁଦ ବସ୍ତିରେ ଏମାନେ ପୋଲିସ ସହ ଲୁଚକାଳି ଖେଳି ଖେଳି ଧରାଦେଇଛନ୍ତି । ବିନା ପଂଚି କରଣରେ ପାରାଦ୍ୱୀପ ଆସିବା ଓ ଆସାଦିଦିଙ୍କୁ ଆକ୍ରମଣ କରିବା ଘଠଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଏହି ଆନ୍ଦ୍ରଫେରନ୍ତା ନିଜର ମାନବିକତାକୁ ଭୂଲି ଆସା ଦିଦିଙ୍କୁ ଅସ୍ନମାନ କରିବା କରଣା ବିରୋଧି ଲଢେଇରେ ଶୀôଥିଳତା ପଡିବ ନାହିଁ ତ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ