ମହାପ୍ରଭୁଙ୍କ ହାତୀବେଶ

ଭୁବନେଶ୍ୱର: ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଆଜି ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାରି ଭିତରେ ଛେରାପହଁରା ନୀତି ପରେ ଶ୍ରୀଜିଉଙ୍କ ହାତୀବେଶ ଚାଲିଛି । ଧଳା ଓ କଳା ହାତୀବେଶରେ ବିଭୂଷିତ ହେଉଛନ୍ତି ମହାପ୍ରଭୁ । ଆଜି ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିଛନ୍ତି । ଗଜପତି ମହାରାଜାଙ୍କ ପ୍ରତିନିଧିଭାବେ ମୁଦିରସ୍ତ ଛେରାପହଁରା କରିଛନ୍ତି ।
କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ବାନ ପୂର୍ଣ୍ଣିମା। ଆଜି ପୁରୀରେ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ବଡ଼ଦାଣ୍ଡ ଏବଂଅନ୍ୟ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି।ଫଳରେ ସ୍ଥାନୀୟ ଲୋକ ମଧ୍ୟ ଭିଡ ଜମାଇବାର କୌଣସି ସମ୍ଭାବନା ନାହିଁ। କରୋନା କଟକଣା ହେତୁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ଭକ୍ତମଣି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା। ପୂର୍ବନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ରାତି ୧.୪୦ରୁ ପହଣ୍ଡି ଆରମ୍ଭ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନବେଦୀକୁ ଅଣାଯାଇଥିଲା। ରାତି ୧ .୨୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମଦନମୋହନ ବିଜେ (୩.୪୦), ମଙ୍ଗଳଆଳତି (୪.୨୦),ମଇଲମ ଓ ତଡପଲାଗି ( ୪.୩୫),ଅଧର ପୋଛା (୪.୫୦),ଅବକାଶ ଶେଷ( ୫.୩୦), ରୋଷହୋମ (୫.୪୦), ବେଶ ଶେଷ (୫.୫୫) ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହୋଇଛି ।
ସେପଟେ ଆଇନଶୃଙ୍ଖଳା ପାଇଁ ୩୮ ପ୍ଲାଟୁନ ଫୋର୍ସ ସହ ୨୨୮ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳିକନ୍ଦିକୁ ସିଲ୍‌ କରି ଦିଆଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ