ଆଜି ଭୁବନେଶ୍ୱରରେ ୧୩ ପଜିଟିଭ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ତେବେ ଶୁକ୍ରବାର ରାଜ୍ୟରେ ମୋଟ ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ହୋମ କ୍ୱାରେଣ୍ଟାଇନରେ ଥିବାବେଳେ ୬ଟି ଲୋକାଲ କେସ ବୋଲି ଜଣାଯାଇଛି ।
ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨ଟି ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା, ସାଲିଆସାହିରୁ ଜଣେ ଲେଖାଏଁ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ୮୧ରୁ ୫୧ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨୭ଟି ଆକ୍ଟିଭ କେସ ଥିବା ସୂଚନା ରହିଛି ।
ଶୁକ୍ରବାର ରାଜ୍ୟରେ ଆଉ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଁଚିଛି । ଅପରପକ୍ଷରେ ୧୪୮୧ ଜଣ ସୁସ୍ଥ ହୋଇଥିବାବେଳେ ୧୧୧୭ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୮ ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ରୋଗରେ ପୀଡ଼ିତ ହୋଇ ୨ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ