କେଶରେ କଦଳୀ ଲଗାଇବାର ଚମକ୍ରାରୀ ଫାଇଦା

ପ୍ରାୟ ସମସ୍ତେ କଦଳୀ ଖାଇବାକୁ ଭଲ ପାଆନ୍ତି । ଏହାର ସ୍ୱାଦ ଯେମିତି ଗୁଣ ମଧ୍ୟ ସେମିତି । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । କଦଳୀରେ ଥିବା ତତ୍ତ୍ୱ ଶରୀରକୁ ପୋଷଣ ଶକ୍ତି ଯୋଗାଇଥାଏ । କିନ୍ତୁ ଆପଣ ଜାଣନ୍ତି କି କଦଳୀକୁ କେଶରେ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରିପାରିବେ । କେଶ ପାଇଁ କଦଳୀ ଅତ୍ୟନ୍ତ ଲାଭ ଦାୟକ । ଆସନ୍ତୁ ଜାଣିବା କେଶରେ କଦଳୀ ଲଗାଇବା ଦ୍ୱାରା କ’ଣ ଉପକାର ହୁଏ । ପ୍ରଦୂଷଣ ଯୋଗୁ ବାଳ ରୁକ୍ଷ ହୋଇଥାଏ । ଯାହା ଫଳରେ ଚୁଟି ଦୁର୍ବଳ ହୋଇ ଝଡିବାକୁ ଲାଗେ । କଦଳୀରେ ଫୋଲିକ ଏସିଡ ତତ୍ତ୍ୱ ରହିଥାଏ । ଫୋଲିକ ଏସିଡ କେଶରେ ଚମକ ବଢ଼ାଇଥାଏ । ଏଥିପାଇଁ କଦଳୀ, ଅଳ୍ପ ଅଲିଭ ଅଏଲ ଓ ଅଣ୍ଡାର କେଶରକୁ ମିଶାଇ ଚୁଟିରେ ଲଗାନ୍ତୁ ଦେଖିବେ ଚୁଟି କେମିତି ଚମକିବ । କଦଳୀକୁ ମହୁ ସହ ମିଶାଇ ଚୁଟିରେ ଲଗାନ୍ତୁ । ଏହା ଦ୍ୱାରା କେଶ କୋମଳ ହେବା ସହ ପୋଷଣ ମଧ୍ୟ ମିଳିବ । କଦଳୀରେ ଭିଟାମିନ ଓ ମିନେରାଲସ ରହିଛି । ତେଣୁ ଏହାକୁ ବାଳରେ ଲଗାଇଲେ ରୂପି ସମସ୍ୟା ଦୂର ହେବ । କଦଳୀକୁ ଦହି ସହ ମିଶାଇ ଲଗାଇଲେ ବାଳ ଲମ୍ବା ଓ ଘନ ହେବା ସହ ମଜବୁତ ହୋଇଥାଏ । ଯଦି ଆପଣଙ୍କ ଚୁଟି ସବୁବେଳେ ଜଟ ହେଉଛି ତେବେ ଦୁଇଟି କଦଳୀରେ ଅଳ୍ପ ମୁଲତାନି ମାଟି ଓ ଲେମ୍ବୁ ରସ ମିଶାଇ ଚୁଟିରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ବାଳ ସିଲକ୍କ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ