ଏହି ସବୁ ଘରୋଇ ଉପାୟରେ କାନର ଯନ୍ତ୍ରଣା ଦୂର କରିପାରିବେ
ବୟସ ବୃଦ୍ଧି ହେବା ସହିତ ଆମ ଶରୀରରେ ଅନେକ ପ୍ରକାରର ଯନ୍ତ୍ରଣା ଦେଖାଦେଇଥାଏ । କିନ୍ତୁ କାନ ଯନ୍ତ୍ରଣା କୌଣସି ସମୟରେ ହୋଇପାରେ । ଥଣ୍ଡା ସମୟରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତଙ୍କ କନରେ ବିନ୍ଧା ହୋଇଥାଏ । ଘରୋଇ ଉପାୟରେ କେମିତି କାନ ଯନ୍ତ୍ରଣା ଦୂର କରିହେବ ଆସନ୍ତୁ ଜାଣିବା । ଡାକ୍ତରଙ୍କ ମତରେ କାନରେ ବ୍ରେଡ୍ ଗୁଣ୍ଡ ପକାଇବା ଦ୍ୱାରା କାନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ସୋରିଷ ତେଲକୁ ଅଳ୍ପ ଉଷୁମ କରି କାନରେ ପକାଇଲେ କାନ ଯନ୍ତ୍ରଣା ହ୍ରାସ ପାଇଥାଏ । ଏକ ଗାମୁଛା କପଡାକୁ ଗରମ ପାଣିରେ ବୁଡାଇ କାନର ଯେଉଁ ପାଶ୍ୱର୍ରେ ଯନ୍ତ୍ରଣା ହେଉଛି ସେଠାରେ ଲଗାନ୍ତୁ, ଆପଣଙ୍କଚ ଆରାମ ମିଳିବ । ତୁଳସୀ ପତ୍ରରୁ ରସ ବାହାର କରି କାନରେ ପକେଇବା ଦ୍ୱାରା ଯନ୍ତ୍ରଣା କମ୍ ହୋଇଥାଏ । ଭିଟାମିନ୍ ସି ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ । ଏଥିରେ ଲେମ୍ବୁ, ଅଁଳା ଓ ଅମୃତଭଣ୍ଡାକୁ ମଧ୍ୟ ସାମିଲ କରନ୍ତୁ । ରସୁଣକୁ ଗୁଣ୍ଡ କରି ସେଥିରେ ଅଳ୍ପ ଲୁଣ ମିଶାଇ କାନରେ ତୁଳା ଦ୍ୱାରା ପକେଇଲେ ଯନ୍ତ୍ରଣା କମ୍ ହୋଇଥାଏ । ପିଆଜ ରସ କାନରେ ପକେଇବା ଦ୍ୱାରା ଯନ୍ତ୍ରଣା କମ ହୋଇଥାଏ । ଯଦି ଆପଣଙ୍କର ସମସ୍ୟା ଅଧିକ ହୋଇଥାଏ, ତାହା ହେଲେ ଡାକ୍ତରଙ୍କ ପାଖରୁ ପରାମର୍ଶ ନିଅନ୍ତୁ ।


