ଗୁମା ମାହାପଞ୍ଚାୟତ ରେ ଅସହାୟ ଚାଷୀ ମାନଙ୍କୁ ସହାୟତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ଅଞ୍ଚଳରେ ରହୁଥିବା ଗରିବ ଚାଷୀ ମାନେ ଖାଦ୍ୟ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଥିବା ବେଳେ ଯଥେଷ୍ଟ ହେଉନାହିଁ। ତେଣୁ ଆନ୍ତର୍ଜାତିୟ ଅନୁଷ୍ଠାନ ଗୁଞ୍ଜ ଏବଂ ୱାର୍ଡ ଅନୁଷ୍ଠାନ ର ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଗୁମାମାହା ପଞ୍ଚାୟତ ର ତିନିଟି ୱାର୍ଡ ର ପ୍ରାୟ ୫୨ ଜଣକୁ ଚାଉଳ, ଡାଲି, ସାବୁନ, ସର୍ଫ, ମାସ୍କ, ଲୁଣ, ଖାଇବା ତେଲ, ମସଲାଗୁଣ୍ଡ, ସୋୟାବିନ ଇତ୍ୟାଦି ଯୋଗାଇ ଦିଆଯାଇଛି।ଜିଲ୍ଲାର ପ୍ରତି ବ୍ଳକରେ ଥିବା ଅସହାୟ, ନିଃସହାୟ ଲୋକଙ୍କୁ ଏହି ପରି ଯୋଗାଇ ଦେବାକୁ ଲକ୍ଷ ରହିଛି। କରୋନା ରୁ ରକ୍ଷା ପାଇଁ ପ୍ରତିଷେଧକ ବିଷୟରେ ସୂଚନା ଦେଇ ହାତ ସଫାକରିବା ମାସ୍କ ବ୍ୟବହାର,ସାମାଜିକ ଦୂରତା ରକ୍ଷା କରି ଲକଡାଉନ ମାନିବା ଇତ୍ୟାଦି ଉପରେ ସଚେତନ କରାଉଛନ୍ତି। ସୁଚନା ଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଚାଷୀ ମାନଙ୍କୁ ତେର ପ୍ରକାରର ମଞ୍ଜି ଏବଂ ବିହନ ବଣ୍ଟନ କରାଯାଇଥିଲା ଏବଂ ଚାଷୀ ମାନେ ଗୁମାମାହା ସରପଞ୍ଚ ବିଷ୍କେସନ ପ୍ରଧାନ ଗୁଞ୍ଜ ଏବଂ ୱାର୍ଡ ସଂସ୍ଥାର ଆଶୁତୋଷ ସାହୁ ଏବଂ ଦେବାଶିଷ ପ୍ରଧାନ ଙ୍କୁ ଧନ୍ୟବାଦ ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ