ଏଡିଏମ୍‌ଙ୍କ ଦ୍ୱାରା ସରକାରୀ ଯୋଜନାର ସମୀକ୍ଷା

ବନ୍ତ, (ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅରୁଣ କୁମାର ମହାପାତ୍ର ବନ୍ତ ବ୍ଲକ ଗ୍ରସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିବା ଜଣାଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ରେବେକା ବିଲୁଙ୍ଗଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଗୃହ ନିର୍ମାଣ, ମନରେଗା, ଓଡିଶା ଜୀବିକା ମିଶନ, ହରିଶ୍ଚନ୍ଦ୍ର ସହାୟତା, ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ବିଭିନ୍ନ କାର୍ଯ୍ୟକାରିତାର ଦିଗ ଓ ଅଗ୍ରଗତି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ । ଉକ୍ତ ଯୋଜନାର ସଠିକ୍ ଏବଂ କ୍ଷିପ୍ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇ ସଠିକ୍ ସମୟ ମଧ୍ୟରେ ଯୋଜନାର ସଫଳ ରୂପାୟନ ପାଇଁ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ଯୋଜନାର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ