କରୋନା ମହାମାରୀ ସଂକ୍ରମଣ ଯୋଗୁଁ ପ୍ରଥମ ୨ଦିନିଆ ସଟଡାଉନ : ସହରବଜାର ଶୁନସାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜୁନମାସ ପ୍ରଥମ ସପ୍ତାହରୁ ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି । ସେହି ଅନୁଯାଇ ଆଜି ଜୁନମାସ ପ୍ରଥମ ସପ୍ତାହର ଶନିବାର ସଟଡାଉନ ଯୋଗୁଁ ସହରର ଦୋକାନବଜାର ସବୁ ବନ୍ଦ ରହିଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ମଧ୍ୟ ଶୁନସାନ ଥିବାର ଦେଖିବାକୁ ମିଳିଛି । ପୂର୍ବରୁ କରୋନା ଜନିତ ସଚେତନତା ଯୋଗୁଁ ଅମାନିଆମାନେ ସଟଡାଉନ ସମୟରେ ଆଉ ଘରୁ ବାହାରିବାକୁ ଉଚିତ ମଣି ନାହାନ୍ତି । କେବଳ କେତେକ ୪/୬ଚକିଆ ଗାଡି ଚାଳକ ମୁହଁରେ ମାସ୍କ ବାନ୍ଧି ନଥିବାରୁ ପାଂଚଶହ ଟଙ୍କା ଲେଖାଁଏ ଜୋରିମାନା ଦେବାକୁ ବାଧ୍ୟ ହୋଇଥିଲେ । ଇଛାପୁର ଠାରୁ ସାନ୍ତସାହି, କେଶପୁର ବଜାର, ଫର୍ଜନ ଛକ, ବଳଗଣ୍ଡି, ମଢିଆଳ, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ବାଲାବାବା ଛକ, ନୂଆବସଷ୍ଟାଣ୍ଡ, ମହିପାଳ, କଜଳା, ତିନିମୁହାଣି ଛକ, କଲେଜ ଛକ, ଦୁହୁରିଆ ପ୍ରଭୃତି ଅଚଂଳ ଜନଶୂନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା । କଦବା କୋଚିତ ଖଣ୍ଡେ ଅଧେ ୨ଚକିଆରେ କୈାଣସି କର୍ମଚାରୀ ଡ୍ୟୁଟି କରିବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସୈାମ୍ୟରଞ୍ଜନ ଜାଲି ପୋଲିସ ଫୋର୍ସଙ୍କ ସହିତ ତିନିମୁହାଣି ଛକରେ ଶନିବାର ପ୍ରବଳ ଖରାରେ ନିଜ ନିଜର ଦାୟୀତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳିଥିଲା । ମାସ୍କ ପିନ୍ଧି ନଥିବା ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଅଳ୍ପ କେତେକ ଅମାନିଆଙ୍କୁ ରାସ୍ତା ଉପରେ ଦେଖି ପ୍ରଥମେ ବୁଝାଇ ସଚେତନ କରୁଥିଲେ ।


