ଲୁଣାନଦୀର ଦୁଧିଆମୁହଁ କୂଳରେ ଏକ ଅଜଣା ଲୋକର ଶବ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବଗଡା ନିକଟ ଲୁଣାନଦୀର ଦୁଧିଆମୁହଁ କୂଳରେ ଏକ ଅଜଣା ଲୋକର ଶବ ଲାଗିଥିବା ଦେଖିବାକୁ ମିଳିଛି । ସଦର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଶବକୁ ନଦୀରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରି ନଥିବା ସଦର ଥାନା ସୁତ୍ରରୁ ଜଣାପଡିଛି ।


