୮୨ କେଜି ଗଂଜେଇ ସହ ଅଟୋ ଜବତ ଜଣେ ଗିରଫ

ବଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚାଲଣ ହେଉଥିବା ବାଲିଗୁଡା ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଜଗି ରହିଥିଲା ଗଂଜେଇ ବୋଝା ଅଟୋ ଆସିବା ବେଳେ ଚଢାଉକରି ୮୨ କେଜି ଗଂଜେଇ ସହ ଜଣକୁ ଗିରଫ କରିଛି ପୋଲିସ । ସୁଚନା ମୁତାବକ ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଂଚାୟତର ଜିଡିଙ୍ଗପଡା ଠାରୁ ସାଡିଙ୍ଗିଆ ଗଂଜେଇ ଚାଲଣ ହେଉଥିବା ଖବର ପାଇ ପୋଲିସ ଜିରିଙ୍ଗପଡା ଘାଟିଠାରେ ଜଗିରହିଥିଲା । ଏକ ଅଟୋ ଆସିବାର ଦେଖି ତାକୁ ଅଟାକଇ ଥିଲେ । ଅଟକାଇବା ପରେ ଦେଖିବାକୁ ପାଇଥିଲେ ଯେ ସେହି ଅଟୋରେ ଗଂଜେଇ ଭର୍ତି ହୋଇଥିଲା । ସେହି ଗଂଜେଇ ଭର୍ତି ଅଟୋ ନମ୍ବର ଓଡି୧୨ଏ୧୪୧୩ କୁ ଥାନା ପରିସରୁ ଆଣିଥିଲେ । ଅଟୋ ଚଲାଉଥିବା ବ୍ୟକ୍ତି ବିନାୟକ କହଁର ଗ୍ରାମ ବାଲିଗେଟା ଫିରିଙ୍ଗିଆ ପଂଚାୟତର ପଚାରାଉଚାରା କରିବା ସହ ।ଗଂଜେଇକୁ ଓଜନ କରିଥିଲେ ।ପ୍ରାୟ ୮୨କେଜି ଗଂଜେଇ ଜବତ ହୋଇଥିବା ବେଳେ ବିନାୟକ କହଁରକୁ ବାଲିଗୁଡା ଥାନା କେଶ ନମ୍ବର ୧୧୦/୨୦ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛନ୍ତି ଓ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଆଇଅଇସି ପ୍ରସାନ୍ତ କୁମାର ବେହେରା ଅଛନ୍ତି ବୋଲି ଏହି ଘଟଣା ଉପରେ ସୁଚାନ ଦେଇଛନ୍ତି ଡିଏସପି ମନୋଜ କୁମାର ପୁଜାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ