ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୯୮ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୨୦୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ସେହିପରି ୧୯ ଲିଟର ମଦ ଜବତ କରା ଯାଇଥିବା ସୂଚନା ଦିଆ ଯାଇଛି ।