ଏଥର ୧୫ ଦିନ ଅଣସରରେ ରହିବେ ମହାପ୍ରଭୁ

ପୁରୀ: ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ ପାଳିତ ହୋଇଛି । ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବଦିନ ରାତିରୁ ପହଣ୍ଡି ହେବା ସହ ସ୍ନାନଯାତ୍ରା ଦିନ ସନ୍ଧ୍ୟାରେ ବାହୁଡ଼ା ପହଣ୍ଡି ହୋଇ ଅଣସର ପିଣ୍ଡିରେ ବିଜେ କରିଛନ୍ତି । ଏହା ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ହୋଇ ଅଣସର ପିଣ୍ଡିକୁ ମହାପ୍ରଭୁ ବିଳମ୍ବିତ ରାତିରେ ବିଜେ କରନ୍ତି । ଏହି ଦୃଷ୍ଟିରୁ ପ୍ରତିବର୍ଷ ଅଣସର ନୀତି ୧୪ ଦିନ ପାଳିତ ହୁଏ । କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଣସର ନୀତି ୧୫ ଦିନ ପାଳନ ହେବାକୁ ଯାଉଛି । ଏ ସମ୍ପର୍କରେ ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର କୁମାର ଦାସମହାପାତ୍ର କହିଛନ୍ତି, ୫୦୦ ବର୍ଷର ଇତିହାସରେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିନି । ପ୍ରତିବର୍ଷ ସମୟ ଅଭାବରୁ ୧୪ ଦିନ ଅଣସର ନୀତି ପାଳନ ହୁଏ । କାରଣ ଠାକୁର ଗଲା ବେଳକୁ ରାତି ବିଳମ୍ବିତ ହୋଇଯାଏ । ପ୍ରଥମ ଥର ପାଇଁ ଠାକୁର ଅଣସର ଘରକୁ ସଅଳ ବିଜେ କରିବା ସହ ୧୫ ଦିନ ଅଣସର ନୀତି ପାଳନ ହେବାକୁ ଯାଉଛି । ସ୍ନାନବେଦୀରୁ ଶ୍ରୀଜୀଉଙ୍କ ବାହୁଡ଼ା ପହଣ୍ଡି ସରିବା ପରେ ରତ୍ନ ଚିତା ଏବଂ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯାଇଥିଲା । ପରେ ପଟିଦିଅଁ ବିଜେ କରିଥିଲେ । ମହାସ୍ନାନ ହୋଇ ମଧ୍ୟାହ୍ନଧୂପ ନୀତି ବଢ଼ିଥିଲା । ଏହା ପରେ ଦକ୍ଷିଣ ଘର ଭୋଗ ହୋଇ ବେହେରଣ ଦ୍ୱାର ଖୋଲାଯାଇଥିଲା । ଦଇତାପତିମାନେ ତାଟିରେ ପ୍ରବେଶ କରି ଶ୍ରୀଜୀଉଙ୍କ ଅନବସର ନୀତି ଅନୁସାରେ ମହାପ୍ରଭୁଙ୍କୁ ଚକଟା ଭୋଟ ଓ ପଣା ଭୋଗ ଲାଗି କରିଛନ୍ତି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ