ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦଯାପିତ

ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦଯାପିତ
ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦଯାପିତ

କୋଦଳା (ଯୁଗାବ୍ଦ ନ୍ୟୁଜ) : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠବ୍ରହ୍ମପୁର ଗ୍ରାମରେ ଶୁକ୍ରବାର ଦିନ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ନାମ ପାଇଁ ଅଧିବାସ ହୋଇଥିଲା।ପ୍ରତେକ ବର୍ଷ ଏହା ଜଗନ୍ନାଥଙ୍କ ବାହୁଡା ଯାତ୍ରା ଦିନ ଆରମ୍ଭ ହୋଇଥାଏ। ଏଥିରେ ଗ୍ରାମବାସୀ ରାଧାକୃଷ୍ଣଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ତତ୍ ସହିତ ଏହି ଦିନ ଗ୍ରାମବାସୀ ଦୀକ୍ଷା ଗ୍ରହଣ କରି ପ୍ରଭୁଙ୍କ ନାମ ଭଜିବା ସହ ପ୍ରଥମେ ବେଢା ଚାରିପାର୍ଶ୍ଵ ବୁଲିଥାଆନ୍ତି ଏବଂ ଗୋଟିଏ ପ୍ରହର ସରିବା ପରେ ନଗର ପରିକ୍ରମା କରିଥାନ୍ତି।ନାମ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଲୋକମାନେ ଆସି ରୁଣ୍ଡ ହୋଇଥିଲେ।ଉଦଯାପିତ ହେଲା ଦିନ ପ୍ରତ୍ୟେକ ଗ୍ରାମବାସୀମାନେ ଫୋଟ ଓ କଳସି ଧରି ଗ୍ରାମ ପରିକ୍ରମା କରି ଶେଷରେ ପୋଖରୀରେ ସେହି କଳସୀକୁ ବିସର୍ଜନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ