ନୀଳଗିରି ପୋଲିସ ମାନୁନାହିଁ ବିଚାରପତିଙ୍କ ଆଦେଶ

ବାଲେଶ୍ୱର : କିଛିଦିନ ପୂର୍ବେ ପୋଲିସି ଅଫିସରଙ୍କ ବଦଳି ପରେ ନୂତନ ଭାବେ ଆଇ.ଆଇ.ସି ନଳୀତା ମୋଦି ନୀଳଗିରି ଥାନାରେ ଅବସ୍ଥାପିତ ହୋଇଛନ୍ତି । ପୂର୍ବରୁ ମା ମାରୀଚି ମନ୍ଦିରରୁ ବରାହୀ ମୂର୍ତି ଚୋରି, କଦମ୍ବ ସାହି ମହିଳା ହତ୍ୟା ଘଟଣା, ପାର୍ବତୀ ଗହଣା ଦୋକାନରେ ବୋମା ପକାଇ ଲୁଟ ଘଟଣା ଓ ବିଭିନ୍ନ ରାହାଜାନି ଘଟଣା ଧିରେ ଧିରେ ପୋଲିସ ଫାଇଲ ତଳେ ଚାପି ହୋଇଗଲାଣି । ସେଥିରେ ଭୃକ୍ଷେପ ନାହିଁ କି ପୋଲିସର, ଏତାଦୃଶ କାର୍ଯ୍ୟ ଫଳରେ ନୀଳଗିିରି ଲୋକଙ୍କର ପୋଲିସ ପ୍ରତି ଆସ୍ଥା ତୁଟି ଯାଉଥିଲା ବେଳେ ପୁଣି ଏକ ଘଟଣା ଜନସାଧାରଣଙ୍କୁ ମର୍ମାହତ କରିଛି । ଘଟଣା ଅନୁଯାୟୀ ନୀଳଗିରି ଏନ.ଏ.ସି. ଅନ୍ତଗର୍ତ ୭ ନଂ ୱାର୍ଡ ବାଲିଗୋହିରୀ ଗ୍ରାମର ଅନନ୍ତ ଦାସଙ୍କ ପୁତ୍ର ପପୁନ ଓରଫ ସନ୍ତୋଷ ଦାସ ଗତ ୧୮/୧୦/୧୬ ରିଖରେ ଗଣ୍ଡଗୋଳ ତାଙ୍କର ସମ୍ପର୍କୀୟ ଭାଇ ସହିତ ହୋଇଥିଲା । ଥାନାକୁ କେଶ ଗଲାପରେ ପପୁନ ନାମରେ ଗିରଫ୍ ପରୱାନା ଜାରୀ ହୋଇଥିଲା । ପପୁନ କୋର୍ଟରେ ହାଜର ହୋଇ କେଶକୁ ସମ୍ମୁଖୀନ କରି ୩୦/୦୧/୨୦୧୯ ରିଖରେ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ । କିନ୍ତୁ ୦୮/୦୩/୨୦୧୯ରେ କୌଣସି କାର୍ଯ୍ୟରେ ଥାନାକୁ ଯିବାରୁ ଥ୍ାନିଧିକାରୀ ତାଙ୍କୁ ଅଟକ ରଖିଥିଲେ ଏବଂ ତମ ନାରେ ୱାରେଂଟ ଅଛି ବୋଲି ତାଙ୍କୁ କୁହାଯାଇଥିଲା । ପରିବାର ଲୋକ ଜଜମେଂଟ କପି ଦେଖାଇବା ପରେ ବି ତାକୁ ଥାନାରୁ ଛଡାଯାଇ ନଥିଲା । କୋର୍ଟ ଆଦେଶକୁ ମାନି ନଥିଲେ ପୋଲିସ କିନ୍ତୁ ଆସିôଥ୍ବା ଏକ ଚିଠି ପାଇଁ ରାତି ପ୍ରାୟ ୧୨ ଟା ବେଳେ ପପୁନ କୁ ଛାଡି ଦେଇଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ବିଚାରପତିଙ୍କର ଆଦେଶର ଅଭିକଳ ନକଲ ବି ତାଙ୍କ ପାଖରେ ତୁଚ୍ଛ । ପୋଲିସ ଏଭଳି କାର‌୍ୟ୍ୟ ପାଇଁ ସାଧାରଣରେ ଚିନ୍ତା ପ୍ରକଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ