ବିଏସ-୬ ଚାରି ଚକିଆ ଯାନ ନମ୍ବର ପ୍ଲେଟରେ ରହିବ ସ୍ବତନ୍ତ୍ର ରଙ୍ଗର ବ୍ୟାଣ୍ଡ

ନୂଆଦିଲ୍ଲୀ : ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୫ଜୁନ, ୨୦୨୦ରେ ଏକ ଏସ.ଓ. ୧୯୭୯ (ଇ) ଜାରି କରାଯାଇଥିଲା। ଯେକୌଣସି ବିଏସ-୬ ଶ୍ରେଣୀର ବାହନରେ ଥିବା ଷ୍ଟିକର ଉପରେ ଏକ ୧ ସେମି ମୋଟେଇର ଏକ ସବୁଜ ରଙ୍ଗର ପଟି ଲଗାଇବା ପାଇଁ ଏଥିରେ ବାଧ୍ୟତାମୂଳକ କରାଯାଇଥିଲା। ପେଟ୍ରୋଲ କିମ୍ବା ସିଏନଜି ଗାଡ଼ି ପାଇଁ ହାଲକା ନୀଳ ରଙ୍ଗର ଷ୍ଟିକର ଓ ଡିଜେଲ ଗାଡ଼ି ପାଇଁ କମଳା ରଙ୍ଗର ଷ୍ଟିକର ଉପରେ ଏହି ସବୁଜ ରଙ୍ଗର ପଟି ଦିଆଯିବାର ନିୟମ କରାଯାଇଥିଲା। ବର୍ତ୍ତମାନ ଏହି ୧ ସେମି ମୋଟେଇର ଷ୍ଟିକର ବିଏସ ୬ ବାହନର ଓ୍ବିଣ୍ଡଶିଲ୍ଡ ଉପରେ ଲଗାଇବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି। ବିଏସ-୬ ନିର୍ଗମନ ମାନକକୁ ୧ ଏପ୍ରିଲ ୨୦୨୦ ଠାରୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଥିବା ଷ୍ଟିକର ଏବଂ ସ୍ବଚ୍ଛ ନିର୍ଗମନ ସର୍ତ୍ତାବଳୀ ସାରା ବିଶ୍ବରେ ଅନୁସରଣ କରାଯାଉଥିବା ନିର୍ଗମନ ମାନକ ସହିତ ସମାନ। ଏଭଳି ନିର୍ଗମନ ମାନକ ନିମନ୍ତେ ବାହନ ସ୍ବତନ୍ତ୍ର ପରିଚୟ ନିର୍ଦ୍ଧାରଣକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଳନ କରୁଛନ୍ତି । ଏ ଦିଗରେ ଅନୁରୋଧ କରାଯିବା ପରେ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ