୧୨ ଅଗ୍ନଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର : ବାତ୍ୟା ଆମ୍ଫାନ ଲାଗି ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିବା ରାଜ୍ୟ ଅଗ୍ନିଶମ ବିଭାଗର ୧୨ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ରାଜ୍ୟ ଅଗ୍ନିଶମ ଡିଜି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଓଡିଶା ଅଗ୍ନିଶମ ବାହିନୀର ୩୭୬ ଜଣ କର୍ମଚାରୀ ଓ ଓଡ୍ରାଫର ୨୭୧ ଜଣ କର୍ମଚାରୀ ପଶ୍ଚିମବଙ୍ଗ ଯାଇଥିଲେ । ଓଡ଼ିଶା ଫେରିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏନଡିଆରଏଫ୍‌ର ୬୧ ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ