ଚୌଦ୍ଵାର ରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ : ଗୋଷ୍ଟି ସଂକ୍ରମଣ ର ଆଶଙ୍କା !

ଚୌଦ୍ୱାର, (ଦୀପକ କୁମାର ବେଉରା):ଚୌଦ୍ୱାର ରେ ଦୁଇ ନୂଆ କରୋନା ଆକ୍ରାନ୍ତ ଆସିବା ପରେ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ହେବା ର ଆଶଙ୍କା ରହିଛି । ଏହି ଖବର ମଧ୍ୟରେ ଆଉ ଏକ ଖୁସିର ଖବର ହେଉଛି ଚୌଦ୍ୱାର ର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା । ସହରର ପ୍ରଥମ ପଜିଟିଭ ଭାବେ ଚିହ୍ନଟ ହୋଇ କଟକ କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ମୁଣ୍ଡମାଳ ଅଂଚଳର ଜଣେ ଯୁବକ ସମ୍ପୂର୍ଣ ସୁସ୍ଥ ହେବା ପରେ ତାଙ୍କୁ ଆଜି କୋଭିଡ ହସ୍ପିଟାଲ ରୁ ଫେରିଛନ୍ତି ।ଯୁବକ ଜଣକ ସୁରତ ରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିଲେ । ତାଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପୋୖରାଞ୍ଚଳର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ହୋଇଥିଲା । ଏ ସମ୍ପର୍କରେ ଚୌଦ୍ୱାର ପୋୖରାଧିକାରୀ ପବିତ୍ର ବେହେରା ସୂଚନା ଦେଇଛନ୍ତି ।ଏଥିସହ ମୁଣ୍ଡମାଳ ସମେତ ସହରକୁ ସାନିଟାଇଜ କରାଯିବ ବୋଲି ସୂଚନା ଦେଇଛନ୍ତି। ଚୌଦ୍ୱାର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ଭୁବନେଶ୍ୱର ରେ ସଂଗରୋଧ ରେ ଥିବାରୁ କଟକରୁ ଡ୍ରାଇଭର ଅଣାଯାଇ ଏହି ସାନିଟାଇଜ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି। ଆଜି ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ସଂକ୍ରମିତ ମହିଳା ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ