ତରଭୁଜ ଖାଇବାର ଉପକାରିତା

ଶରୀରକୁ ଥଣ୍ଡା ରଖୁଥିବା ଖାଦ୍ୟପାନୀୟ ଗ୍ରୀଷ୍ମଦିନେ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ତରଭୁଜ ରସ ନିୟମିତ ଏକ ଋତୁରେ ପିଇବା ହିତକାରୀ ।
ସକାଳୁ ଉଠି ଖାଲିପେଟରେ ତରଭୁଜ ରସରେ ଚିମୁଟାଏ କଳା ଲୁଣ ମିଶାଇ ପିଇଲେ ତାହା ରକ୍ତଚାପ ନିୟନ୍ତ୍ରଣ ସହ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରେ । ସୁଆଦିଆ ଏହି ପାନୀୟ ପିଇଲେ ଓଜନ ନିୟନ୍ତ୍ରଣରେ ରହିବା ସହ ଭୋକ ମଧ୍ୟ ଶୀଘ୍ର ଲାଗେ ନାହିଁ ।
ଏହି ଫଳ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ପେଟ ଥଣ୍ଡା ରଖିବାରେ ସହାୟକ ହୋଇଥାଏ ।
ଶରୀରରୁ ବିଭିନ୍ନ ପ୍ରକାର ଟକ୍ସିନ ଦୂର କରିବାରେ ସାହାଯ୍ୟ କରୁଥିବା ତରଭୁଜ ରସ ତ୍ୱଚାରେ ବୟସର ଛାପ ମଧ୍ୟ କମ୍ କରୁଥିବାର ବିଶେଷଜ୍ଞଙ୍କ ମତ ।
ତେବେ ଏହି ଫଳ ଖାଇବା ପୂର୍ବରୁ କେତୋଟି ଜରୁରୀ କଥା ଜାଣି ରଖନ୍ତୁ । ହୃଦରୋଗୀ ଓ ବୃକକ ରୋଗୀ ଡାକ୍ତରଙ୍କ ପରାମର୍ଶରେ ତରଭୁଜ ଖାଇବା ଉଚିତ ।
ରାତିବେଳା ତରଭୁଜ ନ ଖାଇବା ଉଚିତ । ଏଥିରେ ଥିବା ଶର୍କରା ପରିମାଣ ଓଜନ ବଢ଼ାଇଥାଏ ।
ଏହା ସହ ୯୦% ଏହି ଫଳରେ ଜଳୀୟ ଅଂଶ ଥିବାରୁ ରାତିବେଳା ଖାଇଲେ ବାରମ୍ବାର ପରିସ୍ରା ଲାଗେ ଓ ନିଦରେ ବ୍ୟାଘାତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ