ଅର୍ଥ ପରାମର୍ଶ ଦାତା କମିଟି ବୈଠକ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ଜିଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲା ବ୍ୟାଙ୍କ ସମୁହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ହିତାଧିକାରୀ ମାନଙ୍କୁ ସଠିକ ଭାବେ ଋଣପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳ ସମସ୍ତ ଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସମସ୍ତ ଯୋଜନା କିପରି ଲୋକେ ଜାଣୀପାରିବେ ସେଥିନିମନ୍ତେ ବ୍ୟାପକ ସଚେତନତା କରିବା ନିମେନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସର ରେ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ଜିଲ୍ଲା ଋଣ ଯୋଜନା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ଚଳିତ ଆର୍ଥିକ ବର୍ଷ ପାଇଁ ସମୁଦାୟ ପ୍ରାଥମିକତା କ୍ଷେତ୍ରରେ ମୋଟ ୨୧୬୫୯ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣ ପ୍ରାଥମିକତା କ୍ଷେତ୍ରରେ ୯୮୧୬ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l ଜିଲାରେ ଥିବା ସମସ୍ତ ବ୍ୟାଙ୍କ ଉଚ୍ଚପଦସ୍ଥ କର୍ମଚାରୀ ଓ ବିଭିନ୍ନ ସହକାରୀ ବିଭାଗ ଅଧିକାରୀଙ୍କ ମିଳିତ ସହଯୋଗ ରେ ସମସ୍ତ ଲକ୍ଷ୍ୟ ପୂରଣ ନିମନ୍ତେ ଜିଲ୍ଲାପାଳ ଉପଦେଶ ଦେଇଥିଲେ l ଗଞ୍ଜାମ ଜିଲ୍ଲାର ସର୍ବ ମୋଟ ୩୪ବ୍ୟାଙ୍କ ସହ ବିଭିନ୍ନ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରେ ୪୯୩ଟି ଶାଖାରହିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ବ୍ୟାଙ୍କ ରେ ମୋଟ ୩୬୬୦୭ କୋଟି ଟଙ୍କା ଜମା ସଂଗ୍ରହ କରାଯାଇଥିବା ବେଳେ ମୋଟ ୨୪୪୫୫ କୋଟି ଟଙ୍କା ଋଣପ୍ରଦାନ କରାଯାଇଛି ।ଯାହାକି ଋଣ ଓ ଜମାର ଅନୁପାତ ଶତକଡା ୬୬. ୮୦ ପ୍ରତିଶତ ହୋଇଛି । ଏତତ୍ ବ୍ୟତିତ ଗତ ଆର୍ଥିକ ବର୍ଷ ୨୦୨୫-୨୬ ମାର୍ଚ୍ଚ ୨୬ ସୁଦ୍ଧା ପ୍ରାଥମିକତା କ୍ଷେତ୍ରରେ ଲକ୍ଷ୍ୟଧାର୍ଯ୍ୟ ର ଶତକଡା ୯୮ ପ୍ରତିଶତ ଋଣ ପ୍ରଦାନ କରାଯାଇଛି l ଅଣପ୍ରାଥମିକତା କ୍ଷେତ୍ର ରେ ଶତକଡା ୭୫ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି । ଏହା ସାଙ୍ଗ କୁ ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷି, ଶିଳ୍ପ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନାରେ ଋଣ ପ୍ରଦାନ କରାଯାଇଛି l ସେହିପରି କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରଚଳିତ ସମସ୍ତ ଯୋଜନା ସଫଳ ରୁପାୟନ କରିବାପାଇଁ ସମସ୍ତ ବ୍ୟାଙ୍କ ଏବଂ ବିଭାଗିୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ , ୟୁନିୟନ ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ସଂଗୀତା କୁଜୁର , ଆରବିଆଇ ଭୁବନେଶ୍ୱର ଏଲଡିଓ ରାହୁଲ୍କାନ୍ତେ , ନାର୍ବାଡର ଡିଡିଏମ୍ ସଂଜିବ ମିଶ୍ର , ଏଲଡିଏମ ହିମାଂଚଳ ସାହୁଙ୍କ ସମେତ ସମସ୍ତ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତଥିଲେ । ଶେଷରେ ଏଲଡିଏମ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


