ମୋ ଗାଁରେ ମୋ ତହସିଲ ଅଭିଯାନ

ଧାମନଗର (ଓ୍ବାଇଏନଏସ) : ଧାମନଗର ତହସିଲ ଅନ୍ତର୍ଗତ ରଇପୁର ରାଜସ୍ବ ସର୍କଲର କଣ୍ଟିକା ଗ୍ରାମ ସ୍ଥିତ ୟୁ ଜି ଏମ୍ ଇ ବିଦ୍ୟାଳୟ ପରିସରରେ ରାଜସ୍ବ ବିଭାଗ ପକ୍ଷରୁ “ମୋ ଗାଁରେ ମୋ ତହସିଲ” ଅଭିଯାନ ସହ କ୍ୟାମ୍ପ କୋର୍ଟରେ ରାଜସ୍ବ ସେବା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଧାମନଗରର ତହସିଲଦାର ଜ୍ଞାନରଞ୍ଜନ ସାହୁ ଯୋଗଦେଇ ଜନସାଧାରଣଙ୍କ ଜମି ଜାଗା ସମ୍ପର୍କିତ ମାମଲାର ଶୁଣାଣୀ ବିଭିନ୍ନ ସମସ୍ୟାର ତତ୍କାଳ ସମାଧାନ କରିଛନ୍ତି। ଅତିରିକ୍ତ ତହସିଲଦାର ସାଇ ସିଲୋନା,ସୁପରଭାଇଜର ଧର୍ମପଦ ସାହୁ,ରଇପୁରର ରାଜସ୍ବ ନିରୀକ୍ଷକ ଶକ୍ତିରଞ୍ଜନ ମଲ୍ଲିକ ଉପସ୍ଥିତ ରହି ବିଭିନ୍ନ ମାମଲାର ଯାଞ୍ଚ ଓ ସମାଧାନ ପ୍ରକ୍ରିୟାରେ ସହଯୋଗ କରିଥିଲେ। ତହସିଲ କାର୍ଯ୍ୟାଳୟର ଦୁଇ ଜଣ ଡାଟା ଏଣ୍ଟ୍ରି ଅପରେଟର ପୁଷ୍ପାରାଣୀ ସାହୁ ଓ ଆଶିଷ କୁମାର ଜେନା ମଧ୍ୟ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କଣ୍ଟିକା ଓ ଏହାର ଆଖପାଖ ଅଞ୍ଚଳର ବହୁ ଗ୍ରାମବାସୀ ଯୋଗ ଦେଇ ସମୁଦାୟ ୭୧ ଅଭିଯୋଗରୁ ୨୧ ଘଟଣାର ସମାଧାନ କରିଥିଲେ। ଏହାଛଡ଼ା ଜମିର ଭୁଲ୍ ଖାତା/ପଟ୍ଟା ସଂଶୋଧନ ପାଇଁ ନୂତନ ଦରଖାସ୍ତ ଗ୍ରହଣ କରାଯିବା ସହ ପୂର୍ବରୁ ସଂଶୋଧିତ ହୋଇଥିବା ପଟ୍ଟା ଗୁଡ଼ିକୁ ବଣ୍ଟନ କରାଯାଇଥିଲା। ବସୁନ୍ଧରା ଯୋଜନାରେ ଭୂମିହୀନମାନଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରାଯାଇ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ଜମି ଜମା ସଂକ୍ରାନ୍ତୀୟ ସୀମା ନିର୍ଦ୍ଧାରଣ ସମସ୍ୟା ଏବଂ ଅମିନ ମାପଚୁପ ମାମଲାର ତୁରନ୍ତ ଫଇସଲା କରାଯାଇଥିଲା। ବିଭିନ୍ନ ସମସ୍ୟା ସରକାରୀ ପ୍ରମାଣପତ୍ରର ଅନୁମୋଦନ କରାଯିବା ସହ ଦୀର୍ଘଦିନରୁ ପଡ଼ିରହିଥିବା ବେବନ୍ଦୋବସ୍ତ ମୋକଦ୍ଦମା ଏବଂ ଅନ୍ୟାନ୍ୟ ରାଜସ୍ବ ମାମଲାଗୁଡ଼ିକର ତ୍ଵରିତ ସମାଧାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ