୨୦୨୦-୨୦୨୧ ଆର୍ଥିକ ବର୍ଷରେ ବର୍ତମାନସୁଦ୍ଧା ୧୦ ଲକ୍ଷ କାମ ଶେଷ ହୋଇଛି

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷ ୨୦୨୦-୨୦୨୧ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା ମନରେଗା ଅନ୍ତର୍ଗତ ୧,୦୧,୫୦୦ କୋଟି ଟଙ୍କା ଆବଂଟନ କରାଯାଇଛି । ଯାହାକି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବର୍ତମାନସୁଦ୍ଧା ଆବଂଟିତ ଅର୍ଥରାଶି ମଧ୍ୟରେ ସର୍ବାଧିକ । ୨୦୨୦-୨୧ ଆର୍ଥିକ ବର୍ଷ କାଳରେ ୩୧,୪୯୩ କୋଟି ଟଙ୍କାର ଅର୍ଥରାଶି ପୂର୍ବରୁ ଜାରି କରାଯାଇସାରିଛି । ବର୍ତମାନସୁଦ୍ଧା ୬୦.୮୦ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ଏବଂ ୬.୬୯ କୋଟି ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି । ମେ ୨୦୨୦ରେ ହାରାହାରୀ ୨.୫୧ କୋଟି ଲୋକଙ୍କୁ ପ୍ରତିଦିନ କାର୍ଯ୍ୟ ଦିଆଯାଇଛି, ଯାହାକି ଗତ ବର୍ଷ ମେ ମାସରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ଠାରୁ ୭୩ ପ୍ରତିଶତ ଅଧିକ, ଯାହା ୧.୪୫ କୋଟି ଲୋକ ଦୈନିକ ଥିଲା । ୨୦୨୦-୨୦୨୧ ଆର୍ଥିକ ବର୍ଷ କାଳରେ ବର୍ତମାନସୁଦ୍ଧା ମୋଟ ୧୦ ଲକ୍ଷ କାମ ଶେଷ ହୋଇଛି । ଜୀବିକାକୁ ପ୍ରୋତ୍ସାହନ ଦେବା ଲାଗି ଜଳ ସଂରକ୍ଷଣ ଓ ସେଚନ, ବୃକ୍ଷରୋପଣ, ଉଦ୍ୟାନକୃଷି ସହ ଜଡ଼ିତ କାର୍ଯ୍ୟ ଏବଂ ବ୍ୟକ୍ତିଗତ ଲାଭକାରୀ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ