ଦାନ୍ତ ସୁସ୍ଥ ରଖେ ହୃତ୍ପିଣ୍ଡ!

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବାରେ ନୀତି ନିୟମ ରଖିବା କଷ୍ଟକର ହୋଇପଡିଛି । ତେଣୁ ହୃଦୟ ଜନିତ ରୋଗ ବଢିବାରେ ଲାଗିଛି । ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି ଆମେ ଆମ ଦାନ୍ତର ଯତ୍ନ ନେବା ତେବେ ହୃଦୟଜିନତ ରୋଗରୁ ରକ୍ଷା ପାଇପାରିବା । ଦାନ୍ତର ଉପରି ଭାଗରେ ହେଉଥିବା ସଂକ୍ରମଣରେ ହୃଦୟ ଜନିତ ରୋଗ ହେବାର ଭୟ ବଢିଯାଇଥାଏ । ଏହି ସଂକ୍ରମଣକୁ ଆମେ ସମାନ୍ୟ ଭାବି ହେୟ ମନେକରିଥାଉ । ମାତ୍ର ଏହା ପରେ ଘାତକ ହୋଇପାରେ । ଫିନ୍ଲ୍ୟାଣ୍ଡସ୍ଥିତ ୟୁନିଭରସିଟି ଅଫ୍ ହେଲସିଂକିର ଗବେଷକ ଜନ୍ ଲିଜିସ୍ଟ୍ରାଣ୍ଡଙ୍କ କହିବା ଅନୁଯାୟୀ ଦାନ୍ତ ମୂଳରେ ସମସ୍ୟା ଥିବା ରୋଗୀଙ୍କୁ ଯଦି ଚିକିତ୍ସା କରାନଯାଏ, ତେବେ ଏହି ସମସ୍ୟା ନଥିବା ଲୋକଙ୍କ ତୂଳନାରେ ଏହି ଲୋକମାନଙ୍କୁ ଆକ୍ୟୁଟ କୋରନାରୀ ସିଣ୍ଡ୍ରମର ବିପଦ ୨.୭ ପ୍ରତିଶତ ଅଧିକ ବଢିଯାଏ । ଏହି ରୋଗରେ ଦାନ୍ତର ଉପରି ଭାଗର ଚାରିପାଖେ ଅଧିକ ସଂକ୍ରମଣ ଓ ଯନ୍ତ୍ରଣା ହୋଇଥାଏ । ଏହି ରୋଗର ପ୍ରମୁଖ କାରଣ ଦାନ୍ତ ନଷ୍ଟହେବା ଯୋଗୁ ହୋଇଥାଏ । ଏହି ପରୀକ୍ଷା ପାଇଁ ଗବେଷକମାନେ ୬୨ ବର୍ଷରୁ ଊଦ୍ଧ୍ୱର୍ ୫୦୮ ଜଣ ରୋଗୀଙ୍କ ଉପରେ ଅଧ୍ୟୟନ କରିଥିଲେ ।ଏହି ସବୁ ଲୋକ ହୃଦୟ ଜିନତ ରୋଗରେ ପୀଡ଼ିତ ଥିଲେ । ଅଧ୍ୟୟନ କର୍ତ୍ତାଙ୍କ କହିବା ଅନୁଯାୟୀ, ସଂକ୍ରମିତ ଦାନ୍ତର ରୁଟ୍୍ କେନାଲ ଚିକତ୍ସା ହୃଦୟଜନିତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ଦାନ୍ତର ସମସ୍ୟାକୁ ହେୟ ମନେ ନକରି ତୁରନ୍ତ ଚିକିତ୍ସା କରାଇବା ଜରୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ