୧୪ ଜୁଆଡି ଗିରଫ, ୮୧୦୦ ଟଙ୍କା ଜବତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସାରା ବିଶ୍ଵରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଛି । ଏହାକୁ ରୋକିବା ନିମନ୍ତେ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା କରିବା ସକାଶେ ଗୁରୁତ୍ବ ପ୍ରଦାନ କରାଯାଇଛି । ଏହାକୁ ଭୃକ୍ଷେପ ନକରି ଯୁବଗୋଷ୍ଠୀ ଜୁଆ ଖେଳରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୈାରାଞ୍ଚଳ ନୁଆଗଡ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ କୈାଣସି ସୁତ୍ରରୁ ସୂଚନା ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ତତ୍ତ୍ଵାବଧାନରେ ପୁଲିସ ପ୍ରଶାସନ ଅର୍ତକିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୧୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮୧୧ ଟଙ୍କା ଜବତ କରିଥିଲେ । ଗିରଫ ଜୁଆଡି ମାନେ ହିଞ୍ଜିଳି ଥାନା ସାରୁ ଗ୍ରାମର କାହ୍ନୁ ଦାସ, ହେମନ୍ତ ଦାସ, ଫକିର ଦାସ, ଦେବରାଜ ଦାସ, ଅମୁଲ୍ୟ ଦାସ, ଜଗନ୍ନାଥ ଦାସ, ରାଜେନ୍ଦ୍ର ଦାସ,ଧନୁ ଦାସ, ହିଞ୍ଜିଳିକାଟୁ ପୈାରାଞ୍ଚଳ ନୁଆଗଡ ଗ୍ରାମର ପଞ୍ଚାନନ ଦାସ, ହିଞ୍ଜିଳିକାଟୁ ଅଞ୍ଚଳର ସିମାଞ୍ଚଳ ସାହୁ, ମୋହନ ବେହେରା, ସରୋଜ ସାହୁ, ପବିତ୍ର ବାତ୍ୟା ଓ କାଳୁ ଚରଣ ସାହୁ ।ଏ ନେଇ ହିଞ୍ଜିଳି ଥାନାରେ ୧୮୮/୨୦ରେ ଏକ ମାମଲା ରୁଜୁ କରିଛି । ଚଢ଼ାଉରେ ଥାନା ଏସଆଇ ବାସୁଦେବ ଭୋଇ, ଏଏସଆଇ ସୁରଥ ଭୁୟାଁ, ବସନ୍ତ ଉପାଧ୍ୟାୟ ଓ ଟିମ୍ ଅଂଶ ଗ୍ରହଣ କରିଥିଲେ ।


