ବେଲଗୁଣ୍ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) :ସମାଜସେବୀ ସୀତାରାମ ସୁବୁଦ୍ଧିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅବସରରେ ବେଲଗୁଣ୍ଠା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ପ୍ରାଙ୍ଗଣରେ ସୁବୁଦ୍ଧି ପରିବାର, ପୋଲିସ ଫାଣ୍ଡି ଓ ବେଲକୁଣ୍ଠା ପ୍ରେସ କ୍ଲବର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥରେ ୮ମହିଳା ୧୪ ନୂତନ ରକ୍ତଦାତା ରକ୍ତ ଦାନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୋଟ ୪୬ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଭଞ୍ଜନଗର ଉପଜିଲ୍ଲାପାଳ ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଲକୁଣ୍ଠା ତହସିଲଦାର ସରୋଜ କୁମାର ବେହେରା , ଆର.ଟି.ଓ ଶୁଭେନ୍ଦୁ ରାୟ , ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ଗାଙ୍ଗପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର , ସମ୍ପାଦକ ସୁଶାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।


