ଭାଇଜାନଙ୍କୁ ନେଇ ରିଆଲିଟି ଶୋ’
ନଭେଲସ୍ଥିତ ଫାର୍ମ ହାଉସରେ ଭାଇଜାନଙ୍କ ପୂରା ଲକଡାଉନ ପିରିୟଡ କଟୁଛି । ଏକା ନୁହନ୍ତି, ପୂରା ପରିବାର ସହିତ ସେ ସମୟ କାଟୁଛନ୍ତି । ଆମେ ଭାଇଜାନ ସଲମାନଙ୍କ କଥା କହୁଛୁ । ଭାଇଜାନ ସାଙ୍ଗସାଥୀ, ପରିବାର ଲୋକଙ୍କୁ ନେଇ ନିଜ ଫାର୍ମ ହାଉସରେ ଥିଲା ବେଳେ ଅନେକ ଫଟୋ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଛନ୍ତି । ଏବେ ଶୁଣିବାକୁ ମିଳିଛି ସଲମାନଙ୍କ ଏହି କ୍ୱାରେଣ୍ଟିନ ଜୀବନ ଏଥର ରିଆଲିଟି ଶୋ’ଭାବରେ ଦର୍ଶକମାନଙ୍କ ପାଖକୁ ଆସିବ । ଭାଇଜାନ ହୋଷ୍ଟ ଥିବା ଭାରତର ବହୁ ଚର୍ଚ୍ଚିତ ରିଆଲିଟି ଶୋ’ ଯେଉଁ ଚ୍ୟାନେଲରେ ଆସୁଥିଲା ସେହି ଚ୍ୟାନେଲ କାଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଶୁଣିବାକୁ ମିଳିଛି ‘ହାଉସ ଅଫ ଭାଇଜାନସ’ ନାମରେ ଖୁବ ଶୀଘ୍ର ସେହି ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି । ପାନଭେଲ ଫାର୍ମହାଉସରେ ସଲମାନ ରହିଥିବା କ୍ୱାରେଣ୍ଟିନ ପିରିୟଡ । ଏହି ଶୋ’ର ହୋଷ୍ଟ ଦାୟିତ୍ୱରେ ରହିବେ ୱାଲୁଶା ଡିସୌଜା । ଯିଏକି ନିଜେ ମଧ୍ୟ ସଲମାନଙ୍କ ସହିତ ଏବେ ବି ପାନଭେଲ ଫାର୍ମା ହାଉସରେ ରହୁଛନ୍ତି । ଏହା ବ୍ୟତୀତ ସଲମାନଙ୍କ ଭଉଣୀ ଅର୍ପିତା ଓ ତାଙ୍କ ପରିବାର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଭାଇଜାନଙ୍କ ଖାସ ବାନ୍ଧବୀ ୟୁଲିଆ ଭାନ୍ତୁର ସମସ୍ତେ ଏକାଠି ପାନଭେଲ ଫାର୍ମ ହାଉସରେ ଗତ ମାର୍ଚ୍ଚ ମାସରୁ ଅଛନ୍ତି । ଏହା ପୂର୍ବରୁ ଲକଡାଉନ ଚାଲିଥିବା ବେଳେ ଏକାଧିକ ସିଙ୍ଗଲ ରିଲିଜ କରିଛନ୍ତି ଭାଇଜାନ । ୟୁଟ୍ୟୁବରେ ଦେଖିବାକୁ ମିଳିଛି ସଲମାନଙ୍କର ଲକଡାଉନ କନଭର୍ସେସନ୍ ।


