ଗଞ୍ଜେଇ ସହ ଅଟୋ ଜବତ ୪ ଜଣ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନାର ମହାମୁକାବିଲା ଚାଲିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି l ଶୁକ୍ରବାର ପୁଣି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ସହ ୪ ଜଣକୁ ଗିରଫ କରିଛି ପୋଲିସ l ଏକ ଅଟୋରେ ଫିରିଙ୍ଗିଆ ନିକଟସ୍ଥ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା l ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାଝିପାଡା ଛକରେ ଅଟୋକୁ ଜବତ କରିଥିଲେ l ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ୪ ଜଣ ଗଞ୍ଜେଇ ଚାଲାଣ କାରୀ ପିପିଲି ଅଞ୍ଚଳର ଡ୍ରାଇଭର ଜାବେଦ ଅଖତର(୩୦), ଜଟଣୀ ର ସୁସ୍ମିତା ସାହୁ (୩0), ନରସିଂହପୁର ଅଞ୍ଚଳର ସମୀର କୁମାର ନନ୍ଦ (୪୨), କରଣ୍ଡାଗଡ଼ର ଜଖିଆ ଦିଗାଲଙ୍କ ନାମରେ କେଶନଂ. ୪୩/୨୦ ରୁଜୁ କରି କୋର୍ଟ ଚାଲାଣ କରିଥିବା ବିଷୟ ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ