ଶିବ ଲିଙ୍ଗର ତାତ୍ପର୍ଯ୍ୟ

ହର ହର ମହାଦେବଙ୍କ ଲିଙ୍ଗକୁ ନେଇ ଭିନ୍ନ ଭିନ୍ନ ପୁରାଣରେ ଭିନ୍ନ କଥା ବର୍ଣ୍ଣିତ । ଏ ନେଇ ଗୁଡାଏ ମତ ରହିଛି । କାହାଣୀ ଯାହା ବି ହେଉ, ମାତ୍ର ମହାଦେବଙ୍କ ଲିଙ୍ଗ ପୂଜା କଲେ ଯେ ନାନା ରିଷ୍ଟ ଖଣ୍ଡନ ହୁଏ ଏଥିରେ ସନ୍ଦେହ ନାହିଁ । ତେବେ ଚାଲନ୍ତୁ ଜାଣିବା ଶିବଙ୍କ ଲିଙ୍ଗ ସମ୍ପର୍କିତ କିଛି କଥା । ବିଶ୍ୱାସ କରାଯାଏ ଯେ ଶିବଙ୍ଗ ଲିଙ୍ଗ ଅଣ୍ଡା ପରି ଦେଖିବାକୁ । ଗୋଟିଏ ଅଣ୍ଡାରୁ ଯେପରି ଏକ ଜୀବନ ସୃଷ୍ଟି ହୋଇଥାଏ । ସେହିପରି ଶିବଙ୍କ ଭିତରୁ ସାରା ସଂସାର ସୃଷ୍ଟି ହୋଇଥାଏ ।  ଆହୁରି ବି ବିଶ୍ୱାସ ଅଛି ଯେ ଶିବଙ୍କ ଲିଙ୍ଗରେ ଲୁଚି ରହିଛି ପୁରୁଷ ଏବଂ ନାରୀର ମିଳନର କଥା । ଯେଉଁ ପବିତ୍ର ବନ୍ଧନ ହେତୁ ଏ ସୃଷ୍ଟି ତିଷ୍ଠି ରହିଛି । ଲିୟା ଏବଂ ଗମ୍ୟ ଶବ୍ଦରୁ ଲିଙ୍ଗର ସୃଷ୍ଟି । ଲିୟା ଅର୍ଥ ଉତ୍ସ ଏବଂ ଗମ୍ୟ ଅର୍ଥ ଲକ୍ଷ୍ୟ । ଅର୍ଥାତ ଶିବଙ୍କ ପାଖରୁ ହିଁ ସୃଷ୍ଟି ଏବଂ ଶିବ ହିଁ ଜୀବନର ଚରମ ଲକ୍ଷ୍ୟ । ଅନ୍ୟ ଏକ ପୁରାଣରେ ବର୍ଣ୍ଣିତ ଶିବ ଲିଙ୍ଗରେ ତିନି ଭଗବାନ ବିଦ୍ୟମାନ । ସବୁଠାରୁ ତଳକୁ ବ୍ରହ୍ମା, ମଧ୍ୟମ ଭାଗକୁ ବିଷ୍ଣୁ ଏବଂ ଶେଷ ଭାଗକୁ ଶିବ ବୋଲି ବିଶ୍ୱାସ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ