ପ୍ରଧାନମନ୍ତ୍ରୀଙ୍କୁ ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ କୃତଜ୍ଞତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଗତ କିଛିଦିଦ ତଳେ କିନ୍ନରମାମନଙ୍କ ଅଧିକାର ଓ ସୁରକ୍ଷା ଉପରେ ଏକ ବିଲ୍ ବିଜେପି ସରକାରଙ୍କ ତରଫରୁ ଆଗତ କରାଯାଇଥିଲା । କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏହି ବିଲ୍ରେ ଲିପିବଦ୍ଧ ଥିଲାବେଳେ କିନ୍ନରମାନଙ୍କ ଟ୍ରେନ୍ରେ ଭିକ୍ଷାବୃତ୍ତି କରିବା ଉପରେ ରୋକ ଲଗା ଯାଇଥିଲା ଯାହାକି ସାରା ଦେଶରେ ଟ୍ରେନ୍ ଉପରେ ନିର୍ଭର କରି ଚଳୁଥିବା ଲକ୍ଷାଧିକ କିନ୍ନର ଭୋକ ଉପାସରେ କାଳାତିପାତ କରିବା ଆରମ୍ଭ କରିଥିଲେ ଯାହାକି ତାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ସମେତ କିନ୍ନରଙ୍କ ବଡ଼ଗୁରୁ ସୁଇଟି ସାହୁ ଓ ବବି କିନ୍ନର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଏକ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିବା ସହ କିନ୍ନରମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ନିବେଦନ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ଓ ଶ୍ରୀମତୀ ଷଡ଼ଙ୍ଗୀ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି କିନ୍ନରମାନଙ୍କ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବା ସହ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏତଦ୍ବ୍ୟତୀତ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ସଚିବ ଶ୍ରୀଯୁକ୍ତ ନିତୀନ ଚନ୍ଦ୍ରା ଏବଂ ମୁଖ୍ୟ ଶାସନ ସଚିବଙ୍କ ସହିତ ମଧ୍ୟ କିନ୍ନରମାନଙ୍କ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା । କିନ୍ତୁ ବଡ଼ ସୁଖର ବିଷୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଦେଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ପାର୍ଲାମେଣ୍ଟରେ ଗୃହିତ ବିଲ୍ ଅଧ୍ୟାୟ-୩ (ଅପରାଧ ଓ ଦଣ୍ଡନୀୟ)କୁ ସଂଶୋଧନ କରାଯାଇ କିନ୍ନରମାନେ ଟ୍ରେନ୍ରେ ଅନାୟସରେ ଯାତାୟାତ କରିପାରିବେ ବୋଲି ଘୋଷଣା କରିଥିବାରୁ କିନ୍ନର ମହାସଂଘର ସଭାପତି ମେନକା କିନ୍ନର, ସୁଇଟି କିନ୍ନର ବବି କିନ୍ନର, ସୋନାଲି କିନ୍ନର, ପାୟଲ କିନ୍ନର, ରୀନା କିନ୍ନର, ରାଧା କିନ୍ନର ପ୍ରମୁଖ ଶ୍ରୀଯୁକ୍ତ ପ୍ରଧାନ ଓ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ