ଆୟୁଷ ଡାକ୍ତରଙ୍କୁ ବୀମା ଅନ୍ତର୍ଭୁକ୍ତ ସହ ଆଗ ଧାଡ଼ିର କରୋନା ଯୋଦ୍ଧା ଘୋଷଣା ଦାବୀ

ରାଇକିଆ (ପ୍ରଦୀପ ବେହେରା) : ମହାମାରୀ କରୋନାକୁ ନେଇ ଲଢେଇ ଜାରି ରହିଛି । ଏଥିରେ ସ୍ବାସ୍ଥ୍ୟ ବିଭାଗ କର୍ମ ଚାରି ମାନେ ଆଗ ଧାଡ଼ିର ଯୋଦ୍ଧା ଭାବେ ପରିଗଣିତ ହେଉଛନ୍ତି । ଏଥିରୁ କିନ୍ତୁ ବାଦ୍ ପଡିଛନ୍ତି ଆୟୁଷ ଡାକ୍ତର । ଏମାନଙ୍କୁ ନା ବୀମା ଅନ୍ତର୍ଭୁକ୍ତ କରାଯାଇଛି ନା ଆଗ ଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରାଯାଇଛି । କରନା ମୁକାବିଲା ରେ ଯଥେଷ୍ଟ ଭୂମିକା ଥିଲେ ମଧ୍ୟ ଅଣ ଦେଖା ର ଶିକାର ହୋଇଛନ୍ତି । ଯେତେ ବେଳେ ରାଜ୍ୟ ରେ କରନା ପ୍ରାଥମିକ ପର୍ଯ୍ୟାୟ ରେ ଥିଲା ବା ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଥିଲା ସେହି ସମୟ ରେ ପ୍ରଥମେ ଆୟୁଷ ଡାକ୍ତର ଙ୍କୁ ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଙ୍କ ଯାଞ୍ଚ ପାଇଁଏୟାର ପୋର୍ଟ ରେ ଡିଉଟି କରୁଥିବା ବେଳେ ବର୍ତମାନ ପ୍ରବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରାପିଡ୍ ରେସ୍ପନସ୍ ଟିମ୍ ରେ ନିୟୋଜିତ କରାଯାଇ ପ୍ରବାସୀଙ୍କ ସ୍ବାସ୍ଥ୍ୟ ବସ୍ଥା ଯାଞ୍ଚ କରୁଛନ୍ତି । କରନା ମୁକାବିଲା ରେ ପ୍ରମୁଖ ଭୂମିକା ଥିବା ସବୁ କର୍ମଚାରୀ ଙ୍କୁ ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଇଥିବା ବେଳେ କରନା ପାଇଁ ଦିନ ରାତି ଏକ କରିଥିବା ଆୟୁଷ ଡାକ୍ତର ଙ୍କୁ ଅବହେଳା କରାଯାଉଛି । ଏଥି ଯୋଗୁ ସେମାନଙ୍କ ମନୋବଳ ମଧ୍ୟ ହ୍ରାସ ପାଉଛି । ସମସ୍ତ ଆୟୁଷ ଡାକ୍ତର ଙ୍କୁବୀମା ଅନ୍ତର୍ଭୁକ୍ତ କରିବା, ପ୍ରୋତ୍ସାହନ ଯୋଗାଇବା , ସମାନ କାମ କୁ ସମାନ ଦରମା ଏବଂ ଆଗ ଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରିବାକୁ କନ୍ଧମାଳ ଜିଲ୍ଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ଦାବି କରାଯିବା ସହ ଏନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଚିକତ୍ସାଧିକାରୀଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇ ଥିବା ଆୟୁଷ ଡାକ୍ତର ସଂଘ ଜିଲ୍ଲା ସଭାପତି ସ୍ନେହାଶିଷ ଗିରୀ, ସାଧାରଣ ସମ୍ପାଦକ ମାନସ ରଂଜନ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ